www.samajalive.in
Saturday, December 13, 2025
21.1 C
Bhubaneswar

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ବାହାନ ଧରି ବାବୁଙ୍କ ପିକ୍‌ନିକ୍‌ ଯାତ୍ରା

ଟିଟିଲାଗଡ଼ : ରାଜ୍ୟ ସରକାର ତାଙ୍କ ପଞ୍ଚମ ପାଳିରେ ତଳସ୍ତର ଅଧିକାରୀଙ୍କୁ ଜନସାଧାରଣଙ୍କ ସେବା ପ୍ରତି ଜାଗତିଆର କରିବାରୁ ପ୍ରଥମ ଥର ପାଇଁ ୫-ଟି ଲାଗୁ କରିଛନ୍ତି। ଏନେଇ ସରକାରଙ୍କ ଠାରୁ ବେତନଭୋଗୀ ବାବୁ ନିଜ ଦାୟିତ୍ୱ ଠିକଣା ରୂପେ ସମ୍ପାଦନ କରିବେ ବୋଲି ନିର୍ଦ୍ଦେଶ ରହିଛି। ହେଲେ ଅନେକ ସରକାରୀ କାର୍ଯ୍ୟାଳୟରେ ବାବୁ ମାନେ ଅଦ୍ୟାବଧି ସାଧାରଣ ଗରିବ ଲୋକଙ୍କୁ ହେୟ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ସମସ୍ତ ସରକାରୀ ନିୟମ କାନୁନ, କଟକଣାକୁ ବାବୁ ମାନେ କିଭଳି ବେଖାତିର କରୁଛନ୍ତି ତାହା ରବିବାର ଟିଟିଲାଗଡ ବ୍ଲକ ମାଥନପଲା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଟିଟିଲାଗଡ ପ୍ରାଣୀ ଚିକିତ୍ସା ବିଭାଗର କିଛି ଅଧିକାରୀ ରବିବାର ମାଥନପଲା ଡ୍ୟାମ ପରିସରରେ ଭୋଜିଭାତ ଆୟୋଜନ କରିଥିଲେ। ଏନେଇ ଗୋସମ୍ପଦଙ୍କ ଚିକିତ୍ସାରେ ନିୟୋଜିତ ରହିଥିବା ତିନୋଟି ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ବାହନ ଧରି ବାବୁ ଓ ବାବୁଆଣି ଭୋଜିସ୍ଥଳକୁ ଯାଇଥିବା ଦେଖାଯାଇଥିଲା। କାର୍ଯ୍ୟ ଦିବସରେ ମଧ୍ୟ ଲୋକଙ୍କୁ ଗାଡି ନାହିଁ, ତେଲ ନାହିଁ ବାହାନା କରୁଥିବା ବାବୁ ମାନେ ରବିବାର ଛୁଟି ଦିନରେ ସରକାରୀ ଗାଡି ଧରି ମୌଜମସ୍ତି ପାଇଁ ଯିବା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ୧୯ ନଭେମ୍ବରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଦିବସ ପାଳନରେ ଚାଷୀଙ୍କୁ ଖବର ଦିଆଯାଇ ନଥିଲା। ରାଜ୍ୟ କଂଗ୍ରେସ ମୁଖପାତ୍ର ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଟିଟିଲାଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଘେରାଉ କରିଥିଲେ। ସେହିପରି ଗାଈ, ଛେଳିଙ୍କ ପାଇଁ ସରକାରୀ ସ୍ତରରେ ମାଗଣା ଟୀକା, ମାଗଣା କୁକୁଡା ଚିଆଁ ପ୍ରଦାନ ଯୋଜନା ବାଟବଣା ହୋଇଛି। ଏପରିକି ଟିଟିଲାଗଡ ଠାରେ କୁ୍ତ୍ରିମ ଚିଆଁ ପ୍ରଜନନ କେନ୍ଦ୍ର ପାଇଁ ଆସୁଥିବା ଅଣ୍ଡାରୁ ଅଧେ ବାବୁ ବାବୁଆଣି ଖାଉଥିବା ଅଭିଯୋଗ ହେଉଛି। ଗୋଚାଷୀ ସୁଦାମ ମହାରଣା, ଭତଗରାମ ଅଗ୍ରୱାଲ, ଅବଦୁଲ ମନନ, ଶ୍ୟାମ ସୁନ୍ଦର ଶର୍ମା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଥିଲେ। ସେତେବେଳେ ସମ୍ବଳ ନଥିବା, ସରକାର ଆବଶ୍ୟକ ମୁତାବକ ଟଙ୍କା ଦେଉ ନଥିବା ଅଧିକାରୀ ନିଜ ଅସହାୟତା ଦେଖାଇଥିଲେ। ଏପରିପ୍ରେକ୍ଷୀରେ ବାବୁ ବାବୁଆଣିଙ୍କ ଭୋଜି ପାଇଁ ସରକାର କିଭଳି ଗାଡି ଭଡା ଦେଲେ ବୋଲି ଚର୍ଚ୍ଚା ହେଉଛି। ଭୋଜି ସ୍ଥଳରେ ଉପସ୍ଥିତ ଥିବା ତଥା ଟିଟିଲାଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ରହିଥିବା ଡା.ଅଜୟ ସାହୁଙ୍କୁ ପଚାରିବାରୁ ସେ ଏବେ ତୁରେକେଲା ବ୍ଲକ ଦାୟିତ୍ୱରେ ରହିଥିବା କହିବା ସହ ନିଜ ଗାଡିରେ ଆସିଥିବା ସଫେଇ ଦେଇଥିଲେ।

- Advertisement -

ବଲାଙ୍ଗିର ଜିଲାପାଳ ତଥା ଟିଟିଲାଗଡ ଉପଜିଲାପାଳ ଦାୟିତ୍ୱରେ ଆଇଏଏସ ଅଧିକାରୀ ନିୟୋଜିତ ରହିଛନ୍ତି। ଟିଟିଲାଗଡର ବିଧାୟିକା ଟୁକୁନୀ ସାହୁ ରାଜ୍ୟ କ୍ୟାବିନେଟରେ, ଟିଟିଲାଗଡ ମାଟିର ସୁପୁତ୍ର ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରେ। ଏଭଳିସ୍ଥଳେ ଟିଟିଲାଗଡ ଅଞ୍ଚଳରେ ନିୟୋଜିତ ରହିଥିବା ସରକାରୀ ଅଧିକାରୀ କର୍ମଚାରୀ ଅନୁଶାସନରୁ ବାହାରି ମେରୀ ରାୟ ନୀତି ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି ଟିଟିଲାଗଡରେ ଆଲୋଚନା ହେଉଛି। ରାଜ୍ୟ ସରକାର ତଦନ୍ତ ସହ ନିଜ ପଦବୀର ଅନୁଚିତ ଫାଇଦା ଉଠାଉଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories