www.samajalive.in
Thursday, December 11, 2025
15.1 C
Bhubaneswar

୨୦୨୪ ଜାନୁଆରୀରେ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟା: ୨୦୨୪ ଜାନୁଆରୀରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅଯୋଧ୍ୟା ରାମ ମନ୍ଦିର ଖୋଲିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ। ମଙ୍ଗଳବାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ସାମ୍ବାଦିକଙ୍କୁ ରାମ ମନ୍ଦିର ନିର୍ମାଣସ୍ଥଳକୁ ନିଆଯାଇଥିଲା। ଏହି ଅବସରରେ ଚମ୍ପତି ରାଏ କହିଥିଲେ ରାମ ମନ୍ଦିର ନିର୍ମାଣର ୫୦% କାମ ଶେଷ ହୋଇଛି। କାମ ଯେପରି ଚାଲିଛି ତାହା ସନ୍ତୋଷଜନକ। କାମର ମାନ ମଧ୍ୟ ବେଶ୍‌ ଉଚ୍ଚକୋଟୀର। ୨୦୨୪ ମକର ସଂକ୍ରାନ୍ତି ଅବସରରେ ମନ୍ଦିରରେ ରାମଚନ୍ଦ୍ରଙ୍କ ମୂର୍ତ୍ତି ସ୍ଥାପନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ମନ୍ଦିର ଖୋଲାଯିବ। ଏହି ମନ୍ଦିର ନିର୍ମାଣ ପାଇଁ ୧୮ଶହ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ସେ ସୂଚନା ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories