www.samajalive.in
Wednesday, December 10, 2025
16.1 C
Bhubaneswar

ବିଧାୟକଙ୍କ ଜନସଚେତନତା କାର୍ଯ୍ୟକ୍ରମ, ମାସ୍କ ବଣ୍ଟନ

ଫୁଲବାଣୀ/ବ୍ରାହ୍ମଣୀଗାଁ: ଆମ ରାଜ୍ୟ ତଥା ଦେଶ ସମେତ ସାରା ବିଶ୍ୱକୁ କରୋନା ମହାମାରୀ ଏକ ଅଭାବନୀୟ ପରିସ୍ଥିତିରେ ପହଞ୍ଚାଇଛି। ଏହି ପରିସ୍ଥିତିରରେ ରାଜ୍ୟବାସୀଙ୍କୁ ସଚେତନା କରାଇବା ପାଇଁ ବିଜେଡ଼ି ଦଳ ପକ୍ଷରୁ ଆରମ୍ଭ ହୋଇଛି ଜନସଚେତନତା କାର୍ଯ୍ୟକ୍ରମ। ଏହି ଅବସରର ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ରେ ପହଂଚି ନିଜକର୍ମୀ ମାନଙ୍କ ସହ ଆଲୋଚନା କରିବାସହ ଅଞ୍ଚଳ ବିଭିନ୍ନ ସ୍ଥାନକୁ ଗସ୍ତକରି ଜନସଚେତନା ସୃଷ୍ଟି କରିବାସହ ପୁଇଗୁଡା ଠାରେ ଜନସାଧାରଣଙ୍କୁ ମାସ୍କ ବନ୍ଟନ କରିବା ସହ ସମସ୍ତଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ବ୍ରାହ୍ମଣୀଗାଁ ଅଂଚଳର ବିଜେଡି କର୍ମୀମାନେ ପୁଇଗୁଡା ସ୍ଥିତ ପାଟଖଣ୍ଡା ମନ୍ଦିର ନିକଟରେ ବିଧାୟକଙ୍କୁ ସ୍ୱାଗତ କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ସେ କର୍ମୀମାନଙ୍କ ସହ ସରକାରଙ୍କ ଜନସଚେତନା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ଏବଂ ନିକଟସ୍ଥ ଗ୍ରାମ ପୁଇଗୁଡାକୁ ଯାଇ ସେଠାକାର ମହିଳା ତଥା ଜନ ସାଧାରଣ ଓ କର୍ମୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁର ଯୁବ ବିଜେଡି ନେତା ବାବୁନୀ ପଣ୍ଡା, ଦେବ ଚନ୍ଦ୍ର ମଲ୍ଲିକ, ଜ୍ୟୋତି ସିଂ, କାଳିଆ ପ୍ରଧାନୀ, ବିରଂଚି ବିଶୋଇ, ନିଳମତୀ ପ୍ରଧାନ, ସୁରଥ ବଡନାୟକ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଅଂଚଳର ଅନ୍ୟାନ୍ୟ କର୍ମୀମାନେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories