www.samajalive.in
Sunday, December 14, 2025
26.1 C
Bhubaneswar

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ପରଲୋକ

ଅଷ୍ଟ୍ରେଲିଆ: ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ପରଲୋକ ହୋଇଛି । ଗତକାଲି ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର୍‌ ଚଳାଇ ଯାଉଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା ।  ଏହି ଖବର କ୍ରିକେଟ୍‌ ପ୍ରେମୀଙ୍କ ମନରେ ଦୁଃଖ ଦେଇଛି ।

ସୂଚନା ଅନୁଯାୟୀ ଗତକାଲି ତାଙ୍କର କାର୍‌ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଆଣ୍ଡ୍ର୍ୟୁ ସାଇମଣ୍ଡସ ଗୁରୁତର ହୋଇଥିଲେ । ତାଙ୍କୁ ଏକ ଆମ୍ବୁଲାନ୍ସ ଯେଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଦ୍ରୁତଗତିରେ କାରଟି ଥିବାରୁ ଦୁର୍ଘଟଣା ହୋଇଥିବା ନେଇ କହିଛି ପୁଲିସ ।  ଆଣ୍ଡୁ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ ଦିନିକିଆ, ଓ ୧୪ଟି ଟି-ଟ୍ବେଣ୍ଟି ଖେଳିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories