www.samajalive.in
Thursday, December 11, 2025
14.1 C
Bhubaneswar

କ୍ୟାଡରଙ୍କୁ ଅଡିଓ ମେସେଜ ଜାରି କଲା ଜୈଶ; କହିଲା ଆକ୍ରମଣ କରି ଭାରତ ଆମ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ବାଲାକୋଟରେ ବିମାନ ଆକ୍ରମଣ କରିଛି। ଏଥିରେ ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ଧ୍ଵଂସ ହେବା ସହ ଅନେକ ଶିବିର କ୍ଷତିଗ୍ରସ୍ତ ହୋଇଛି। ଏହା ସ୍ବୀକାର କରିଛି ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନ। ଏ ନେଇ ସଂଗଠନ ପକ୍ଷରୁ ଏକ ଅଡିଓ ମେସେଜ ଜାରି କରାଯାଇଛି। ମେସେଜ ଦେଇଥିବା ବ୍ୟକ୍ତିଙ୍କ ସ୍ବର ଜୈଶ ମୁଖ୍ୟ ମାସୁଦ ଆଝାରଙ୍କ ଭାଇ ମୌଲାନା ଅମର ବୋଲି ଚିହ୍ନଟ କରାଯାଇଛି। ଏଥିସହ ଭାରତ ଇସଲାମ ଅଞ୍ଚଳରେ ପ୍ରବେଶ କରି ଆମ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି ବୋଲି ସେଥିରେ କୁହାଯାଇଛି।

ମେସେଜରେ କୁହାଯାଇଛି ଯେ, ଭାରତ ସୀମା ଅତିକ୍ରମ କରି ଆକ୍ରମଣ କରିଛି। ଆମ ସୁରକ୍ଷା ଗୃହ, ହେଡ୍‌ କ୍ବାର୍ଟର୍ସ ଏବଂ ସଭା ସ୍ଥଳରେ କୌଣସି ବୋମା ପଡ଼ିନାହିଁ। ଭାରତୀୟ ସେନା ଏକ ସ୍କୁଲ ଉପରେ ଆକ୍ରମଣ କରିଛି, ଯେଉଁଠି ପିଲାଙ୍କୁ ଜିହାଦ ବିଷୟରେ ପ୍ରତିଶକ୍ଷଣ ଦିଆଯାଉଥିଲା। ସ୍କୁଲ ଉପରେ ଆକ୍ରମଣ କରି ଭାରତ ଆମ ବିରୋଧରେ ଜିହାଦ ଆରମ୍ଭ କରିଛି ବୋଲି କୁହାଯାଇଛି। ବାଲାକୋଟ ଆକ୍ରମଣର ୨ଦିନ ପରେ ଏହି ଅଡିଓ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ପେଶୱାରସ୍ଥିତ ସନନ ବିନ୍‌ ସାଲମା ମଦ୍ରାସାରେ ଥିବା କ୍ୟାଡର ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ଏହି ଅଡିଓ ଜାରି କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସୁରକ୍ଷା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତର ବିମାନ ଆକ୍ରମଣର ପ୍ରଭାବ ଏହି ଅଡିଓରୁ ସ୍ପଷ୍ଟ ହେଉଛି। ଏହି ଆକ୍ରମଣ ସଂଗଠନକୁ ବଡ଼ ଝଟକା ଦେଇଛି। ଫଳରେ ସଂଗଠନ ପକ୍ଷରୁ ଏଭଳି ମେସେଜ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories