www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ ଦୁର୍ନୀତିରୁ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା ହେଉଛି: ରାହୁଲ

ନୂଆଦିଲ୍ଲୀ: ରାଫେଲ କାରବାର ସମ୍ପର୍କିତ ଦସ୍ତାବିଜ ଚୋରି ହୋଇଯାଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବା ପରେ ବିରୋଧୀ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରାଫେଲ ଦୁର୍ନୀତରୁ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା ହେଉଛି ବୋଲି ରାହୁଲ କହିଛନ୍ତି।

ସୂଚନାଯୋଗ୍ୟ, ବିବାଦୀୟ ରାଫେଲ ଯୁଦ୍ଧ ବିମାନ କାରବାର ସମ୍ବନ୍ଧୀୟ ନଥି ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏ ସମ୍ପର୍କରେ ବୁଧବାର ଦ ହିନ୍ଦୁ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହାକୁ ନେଇ ରାହୁଲ କହିଛନ୍ତି ଯେ, ପୂର୍ବରୁ ରାଫେଲ ଡିଲରେ ଦେଶର ଟଙ୍କା ଚୋରି ହୋଇଥିଲା। ଏବେ ‘ଫାଇଲ ଗାୟବ ହୋଇଗଲା। ଫଳରେ କେନ୍ଦ୍ର ସରକାରଙ୍କର ଏକ ନୂଆ ବାକ୍ୟ ସୃଷ୍ଟି ହେଲା। ପ୍ରଥମେ ୨ କୋଟି ଯୁବକଙ୍କର ରୋଜଗାର ଗାୟବ ହୋଇଗଲା। ଏହା ପରେ କୃଷକଙ୍କ ଫସଲର ଉଚିତ ମୂଲ୍ୟ ଗାଏବ ହୋଇଗଲା। ସମସ୍ତଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବାର ଥିଲା, ସେ ବି ଗାୟବ ହୋଇଗଲା। ପରେ କୃଷକଙ୍କ ବୀମା ରାଶି ଗାୟବ ହୋଇଗଲା, ଆଉ ଏବେ ରାଫେଲ ଫାଇଲ ଗାୟବ ହୋଇଗଲା।

- Advertisement -

ସେ ଆହୁରି କହିଛନ୍ତି, ଫାଇଲ ହଜିଗଲା ଅର୍ଥ ରାଫେଲର ପ୍ରକୃତ ଦାମ ହଜିଗଲା। ରାଫେଲ ଦୁର୍ନୀତିରୁ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି। ୩୦ ହଜାର କୋଟିର ଦୁର୍ନୀତି କରିଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉନି। ମୋଦୀ ଯଦି ନିର୍ମଳ, ତା’ହେଲେ ଯାଞ୍ଚକୁ ଡରୁଛନ୍ତି କାହିଁକି। ଯାଞ୍ଚର ସମ୍ମୁଖୀନ ହୁଅନ୍ତୁ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ଉପରେ ଆପରାଧିକ ଯାଞ୍ଚ ହୋଇପାରୁଛି, କିନ୍ତୁ ଯେତେବେଳେ ଦୁର୍ନୀତିରେ ଖୋଦ ପ୍ରଧାନମନ୍ତ୍ରୀଙ୍କ ନାଁ ଆସୁଛି, ସେତେବେଳେ ତାଙ୍କ ନାଁରେ ଯାଞ୍ଚ ହୋଇପାରିବନି। ଏହା କ’ଣ ପାଇଁ ? ପ୍ରଧାନମନ୍ତ୍ରୀ ଯଦି ନ୍ୟାୟର କଥା କହୁଛନ୍ତି, ତା’ହେଲେ ନ୍ୟାୟ ସମସ୍ତଙ୍କ ସହ ହେବା ଉଚିତ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories