ସୋର : ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକ, ହାତ ଓ ଗୋଡ କାଟି ଦେଇଥିବା ଅଭିଯୋଗ ହୋଇଛି। ସୋରର ଆସିକା ଗ୍ରାମରେ ମହିଳା ଜଣକ ଶୁକ୍ରବାର ରାତିରେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। କାନ୍ଥରେ ପିଟି ଦେଇଥିବାରୁ ମହିଳାଙ୍କ ମୁଣ୍ଡ ଫାଟି ଯାଇଛି। ଏକ ବୋତଲରେ ଆଣିଥିବା କିଛି ଦ୍ରବ୍ୟ ତାଙ୍କୁ ପିଆଇ ଦେଇଥିଲେ। ତାଙ୍କ ପେଟରେ ଏସିଡ ଢାଳି ପୋଡିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ତାଙ୍କୁ ପରିବାର ଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର କରି ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ମହିଳାଙ୍କ ନାମ ମଞ୍ଜୁଲତା ଜେନା। ପୂର୍ବ ଶତ୍ରୁତାରୁ ମଞ୍ଜୁଲତାଙ୍କୁ ଆକ୍ରମଣ କରାଯାଇଥିବାର ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
Popular Categories



