www.samajalive.in
Monday, December 8, 2025
24.1 C
Bhubaneswar

ପୁଲିସ ସୂଚନା ପ୍ରଦାନକାରୀଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିଶୁ ଉଦ୍ୟାନ ଛକ ନିକଟରେ ଶୁକ୍ରବାର ରାତିରେ ଜନୈକ ପୁଲିସ ଇନ୍‍ଫର୍ମରଙ୍କୁ ୩ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ପୌରାଞ୍ଚଳର ସାଜିଦ ହୁସେନ ଖାଁ (୩୦)। ସେ କୌଣସି କାର୍ଯ୍ୟରେ ଶିଶୁ ଉଦ୍ୟାନ ଛକକୁ ଯାଇଥିବା ବେଳେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। କଟୁରୀ ଦ୍ୱାରା ସେମାନେ ସାଜିଦ୍‍ଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା କେତେକ ଲୋକେ ସେମାନଙ୍କୁ ଗୋଡାଇବାରୁ ଦୁଇଜଣ ଆକ୍ରମଣକାରୀ ବାଇକରେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଜଣେ ଆକ୍ରମଣକାରୀକୁ ଲୋକେ ଗୋଡାଇ ଧରିବା ସହ ପୁଲିସର ଜିମା ଦେଇଥିଲେ।

ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇବା ସହ ଫେରାର୍‍ ଦୁଇଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣାର ତଦନ୍ତ ଚଳାଇଛନ୍ତି। ଆକ୍ରମଣରେ ସାଜିଦ୍‍ଙ୍କ ଗୋଡ, ଅଣ୍ଟା ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ଚିକିତ୍ସା ଲାଗି ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ପିପିଲି ପୁଲିସ ସେଠାରେ ପହଞ୍ଚି ତାଙ୍କ ସ୍ୱାସ୍ଥାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଚିକିତ୍ସାର ତଦାରଖ କରୁଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛିି। ନିଶା କାରବାରକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories