www.samajalive.in
Saturday, December 6, 2025
19.1 C
Bhubaneswar

ଯୁବକଙ୍କ ଆକ୍ରମଣରେ ଦେବଗିରି ବାବା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଦେବଗିରି ଶୈବ ପୀଠ ପାହାଡ଼ ତଳେ କ୍ରାନ୍ତିକାରୀ ଆଶ୍ରମ ବାବା ସ୍ୱରୂପାନନ୍ଦଙ୍କୁ ଜଣେ ଦୁର୍ବୃତ୍ତ ଲୁହାରଡ଼ରେ ଆକ୍ରମଣ କରିଛି। ଏଥିରେ ବାବା ସ୍ଵରୂପାନନ୍ଦ ଗୁରୁତର ଭାବେ ଆହତ ହୋଇଛନ୍ତି। ମଙ୍ଗଳବାର ରାତିରେ କୌଣସି କାର୍ଯ୍ୟରେ ସଦର ପୁରୁଣା ବସ ଷ୍ଟାଣ୍ଡ ନିକଟର ନିଜ ଗାଡ଼ିରେ ଯିବା ସମୟରେ କିଛି ଯୁବକ ରାସ୍ତା ମଝିରେ ବସିଥିଲେ। ରାସ୍ତା ମଝିରୁ ନ ଉଠିବାରୁ ବାବା ବାଟ ଦେବା ପାଇଁ କହିଥିଲେ। ପରେ ରବି ବାଗ ନାମକ ଯୁବକ ଜଣକ ମୋ ଇଚ୍ଛା କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା। ପରେ ବାବା ଗାଡିରୁ ଓହ୍ଲାଇ ଯୁବକକୁ ବୁଝାଶୁଝା କରି ନିକଟସ୍ଥ ଗ୍ୟାରେଜକୁ ଯାଇ କାମ ବିଷୟରେ କଥା ହେବା ସମୟରେ ଯୁବକ ଆସି ଏକ ଲୁହା ରଡ଼ରେ ବାବାଙ୍କ ମୁଣ୍ଡ ଓ ମୁହଁ ଉପରେ ଆକ୍ରମଣ କରିଥିଲା। ଫଳରେ ବାବାଙ୍କ ମୁଣ୍ଡ ଫାଟି ଥିବା ବେଳେ ମୁହଁ ରକ୍ତାକ୍ତ ହୋଇ ଗୁରୁତର ହୋଇଥିଲେ। ପରେ ବାବା ସ୍ଥାନୀୟ ପୁଲିସ ଏସଆଇ ସଞ୍ଜୟ ମୁର୍ମୁଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ପୁଲିସ ପହଞ୍ଚି ବାବାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ଘଟଣା ସମ୍ପର୍କରେ ବାବା ସ୍ବରୂପାନନ୍ଦ ଗିରିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କୌଣସି ଶତ୍ରୁତା ନାହଁ ମଦ ପିଇ ରାସ୍ତା ମଝିରେ ବସିଥିଲେ। ମୁଁ ରାସ୍ତାରୁ ଉଠିବା ପାଇଁ କହିଲି। ସେ ସଙ୍ଗେ ସଙ୍ଗେ ରାଗି ମୋ ଉପରେ ଆକ୍ରମଣ କରୁଥିଲା। ତାକୁ ତା ସାଙ୍ଗମାନେ ବୁଝାସୁଝା କରି ନେଇଗଲେ । ମୁଁ କାମ କରୁଥିବା ବେଳେ ହଠାତ ଆସି ମୋତେ ରଡ଼ରେ ଆକ୍ରମଣ କରିଥିଲା। ବାବା ଥାନାରେ କୌଣସି ଅଭିଯୋଗ କରି ନଥିଲେ କିନ୍ତୁ ବୁଧବାର ସନ୍ଧ୍ୟାରେ ଏତଲା ଦେଇଥିଲେ। ଗୁରୁତର ବାବାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଏସଆଇ ମୁର୍ମୁଙ୍କୁ ପଚାରିବାରୁ ବାବା ଲିଖିତ ଅଭିଯୋଗ କରିଛନ୍ତି ତଦନ୍ତ ଜାରି ରହିଛି। ବର୍ତ୍ତମାନ ବାବା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories