ସୋର : ବାଲେଶ୍ୱର ଜିଲାରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ପ୍ରମୋଦ ରାଉତ। ତାଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ଗ୍ରାମରେ। ଶନିବାର ରାତିରେ ଗୁଡ଼ଛକରେ ଭୁଜାଲିରେ ତାଙ୍କୁ ଚୋରା ମଦ ବେପାରି ଆକ୍ରମଣ କରିଥିଲେ। ପ୍ରମୋଦଙ୍କ ଦ୍ବାରା ପ୍ରକାଶିତ ସମ୍ବାଦ ଆଧାରରେ ମଦ ବେପାରୀଙ୍କୁ ପୁଲିସ ଗିରଫ କରିଥିଲା। ସେହି କାରଣରୁ ସେମାନେ ତାଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ପ୍ରମୋଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେ ଏକ ମୁଦ୍ରିତ ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ବାଲେଶ୍ୱର ଜିଲାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହାପୂର୍ବରୁ ବାଲିଆପାଳରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ବାସୁଦେବପୁର ପ୍ରେସ କ୍ଲବ,ସୋର ଇଲେକଟ୍ରୋନିକ୍ଓ କ୍ଲବ ତରଫରୁ ସାମ୍ବାଦିକ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି।
Popular Categories



