www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ, ୧୦୧ ଉପକରଣ ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆମ ଦେଶରେ ତିଆରି ହେବ ପ୍ରତିରକ୍ଷା ଉପକରଣ। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଯିବ। ବିଦେଶରୁ ଆମଦାନୀ ହେଉଥିବା ପ୍ରତିରକ୍ଷା ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଆମ ଦେଶରେ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଣିକି ପ୍ରତିରକ୍ଷା ଉପକରଣ ଲାଗି ଅନ୍ୟାନ୍ୟ ଦେଶଗୁଡ଼ିକ ଉପରେ ଭାରତ ନିର୍ଭରଶୀଳ ହେବ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ୧୦୧ ପ୍ରକାର ପ୍ରତିରକ୍ଷା ଉପକରଣ ଦେଶରେ ତିଆରି ହେବ ବୋଲି ରାଜନାଥ ରବିବାର ଟ୍ବିଟ୍‌ ଯୋଗେ ଘୋଷଣା କରିଛନ୍ତି।

- Advertisement -

ପ୍ରତିରକ୍ଷା ମନ୍ତ୍ରୀ ପୂର୍ବାହ୍ନ ୧୦ଟାରେ ଏକ ବଡ଼ ଘୋଷଣା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଥିବାରୁ ରାଜନାଥ ଏ ସମ୍ପର୍କରେ କିଛି ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଥିଲା। କିନ୍ତୁ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ ସହିତ ଆତ୍ମନିର୍ଭରଶୀଳ କରିବା ଲାଗି ରାଜନାଥ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ପାଇଁ ବଡ଼ ପଦକ୍ଷେପ ନେଇଥିବା କୁହାଯାଇଛି। ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ବଢ଼ାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଅଧିକରୁ ଅଧିକ ଉପକରଣ ନିର୍ମିତ ହେବ। ଆର୍ଟିଲରୀ ଗନ୍‌ ଏବଂ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅନ୍ୟ ଦେଶରୁ ଆମଦାନୀ କରାଯିବ ନାହିଁ। ସେହିପରି ଏଲସିଏଚ ଏବଂ ରାଡାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ। ଆଗାମୀ ୬/୭ ବର୍ଷ ମଧ୍ୟରେ ଏଥିପାଇଁ ୪ ଲକ୍ଷ କୋଟିର ଏମଓୟୁ ହେବ ବୋଲି ସୂଚନା ମିଳିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories