www.samajalive.in
Tuesday, December 9, 2025
15.1 C
Bhubaneswar

ବିଜେପି ବିଧାୟକ ହତ୍ୟା ମାମଲା; ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ରାକେଶ ପାଣ୍ଡେ ଓରଫ ହନୁମାନ ପାଣ୍ଡେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ରାକେଶ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଏସଟିଏଫ।

କୃଷ୍ଣାନନ୍ଦଙ୍କୁ ହତ୍ୟା ପରେ ପୁଲିସ ରାକେଶକୁ ଗିରଫ କରିବା ଲାଗି ଜାଲ ବିଛାଇଥିଲା। କିନ୍ତୁ ସେ ପୁଲିସକୁ ଚକ୍‌ମା ଦେଇ ଫେରାର ରହିଥିଲା। ରବିବାର ସକାଳେ ଲକ୍ଷ୍ନୌର ସରୋଜିନୀ ନଗରରେ ଏସଟିଏଫ ସହିତ ରାକେଶର ଏନକାଉଣ୍ଟର ହୋଇଥିଲା। ଏଥିରେ ରାକେଶ ନିହତ ହୋଇଛି। ସେ ମୁଖତାର ଅନ୍‌ସାରୀ ଗ୍ୟାଙ୍ଗ୍‌ର ବଡ଼ ଶୁଟର ଥିଲା। ମଉର କୋପାଗଞ୍ଜରେ ରାକେଶ ରହୁଥିଲା।  ତା’ ନାଁରେ ଏକାଧିକ ମାମଲା ରହିଥିଲା। ମଉରେ ଠିକାଦାର ଅଜୟ ପ୍ରକାଶ ସିଂହ ଏବଂ ଅନ୍ୟ କେତେକ ହତ୍ୟା ମାମଲାରେ ମୁଖତାର ଅନ୍‌ସାରୀ ସହିତ ରାକେଶ ଅଭିଯୁକ୍ତ ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories