www.samajalive.in
Monday, December 8, 2025
27.1 C
Bhubaneswar

ଦୈନିକ ସଂକ୍ରମଣ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ଆଜି ରାଜ୍ୟରୁ ଆଉ ୧୭୩୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୭୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୫୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ରବିବାର ଚିହ୍ନଟ ୧୭୩୪ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୯୨୭ରେ ପହଞ୍ଚିଛି ।


ସବୁଠୁ ବଡ କଥା ହେଉଛି ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ ଜିଲାରୁ ସ୍ଥିତିରେ ବର୍ତ୍ତମାନ ସୁଧାର ଆସିଛି । ଗଞ୍ଜାମରେ ଦୈନିକ ସଂକ୍ରମଣର ସଂଖ୍ୟା ହ୍ରାସ ପାଇଛି । ଗତକାଲି ଗଞ୍ଜମ ଏବଂ ଖୋର୍ଦ୍ଧା ଜିଲାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସମାନ ରହିଥିବା ବେଳେ ଆଜି ଗଞ୍ଜାମକୁ ଟପିଯାଇଛି ଖୋର୍ଦ୍ଧା । ଆଜି ଗଞ୍ଜାମରୁ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ​‌ବେଳେ ଖୋର୍ଦ୍ଧା ଜିଲାରୁ ୩୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କଟକ ଜିଲାରୁ ଆଜି ୧୭୭ , ସୁନ୍ଦରଗଡରୁ ୧୨୬, ନୟାଗଡରୁ ୧୦୬, ଗଜପତିରୁ ୮୫, କନ୍ଧମାଳରୁ ୫୯, ଭଦ୍ରକରୁ ୫୮, ବାଲେଶ୍ଵରରୁ ୭୩, ବରଗଡରୁ ୫୧, କୋରାପୁଟରୁ ୬୦ , ମାଲକାନଗିରିରୁ ୫୨ ଚିହ୍ନଟ ହୋଇଛନ୍ତି ।

- Advertisement -


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ  ୬ ଲକ୍ଷ ୫୦ ହଜାର ୧୮୩ ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ୪୫ ହଜାର ୯୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ହଜାର ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୭୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୪୯ ଜଣଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ ହଜାର ୩୬୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories