www.samajalive.in
Thursday, December 11, 2025
13.1 C
Bhubaneswar

ହିତାଧିକାରୀଙ୍କୁ ମାସ ମାସ ଧରି ମିଳିନି ଚାଉଳ ଓ ଗହମ

ଆଠଗଡ :  ଆଠଗଡ ଏନଏସିର ୯ ନମ୍ବର ଓ ୧୬ ନମ୍ବର ଓ୍ଵାର୍ଡରେ ହିତାଧିକାରୀଙ୍କୁ ରେସନ ସାମଗ୍ରୀ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଗତ ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ମାତ୍ର କିଛି ହିତାଧିକାରୀଙ୍କୁ ଦିଆଯାଇଥିଲା ବେଳେ ଟଙ୍କିକିଆ ଚାଉଳ କାହାକୁ ଦିଆ ଯାଇନାହିଁ, ଏପରିକି ଅନ୍ତୋଦୟ କାର୍ଡରେ ଚାଉଳ ମଧ୍ୟ କାହାରିକୁ ଦିଆଯାଇନାହିଁ ବୋଲି ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି। ମାଗଣା ଚାଉଳ ଦେବା ବେଳେ ଫିଙ୍ଗର ପ୍ରିଣ୍ଟ ନେଇ କୌଣସି ହିତାଧିକାରୀଙ୍କୁ ରସିଦ ଦେଉ ନାହାନ୍ତି ଏବଂ ରସିଦ ମାଗିଲେ ରସିଦ  ଦିଆଯିବ ନାହିଁ ବୋଲି ଅଧିକୃତ ବିକ୍ରେତା କହୁଥିବା ଅଭିଯୋଗ ହୋଇଛି। ସେଠାରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ ଦାୟୀତ୍ୱରେ ଥିବା ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ବିରେଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହିତାଧିକାରୀଙ୍କ ବକେୟା ଚାଉଳ ଓ ଗହମ ବଣ୍ଟନର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଦୀପ୍ତିମୟୀ ବେହେରା ଓ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସଙ୍କୁ ହିତାଧିକାରୀମାନେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଠଗଡରେ ଯୋଗାଣ ବିଭାଗ ଦିଗହରା ହୋଇ ପଡିଛି । ଆଠଗଡ ଏନଏସି ଓ ବ୍ଲକ ଅଞ୍ଚଳରେ ହିତାଧିକାରୀଙ୍କୁ ମାସ ମାସ ଧରି ରେସନ ସାମଗ୍ରୀ ମିଳୁ ନଥିବା ଏବଂ ରାଜନୈତିକ ଛତ୍ରଛାୟା ତଳେ ରହି ଅନିୟମିତତାରେ ଲିପ୍ତ ଥିବା ଡିଲରଙ୍କ ମନମାନି ବିଷୟରେ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନ ଥିବା ଦେଖାଯାଉଛି। ଆଠଗଡ ଏନଏସି ଓ ବ୍ଲକର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଗାଣ ବିଭାଗ ଦାୟୀତ୍ବରେ ଥିବାବେଳେ ସହକାରୀ ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଠିକ୍ ଭାବେ ସେମାନଙ୍କ ଦାୟୀତ୍ୱ ନିର୍ବାହ କରୁନଥିବା ଅଭିଯୋଗ ହେଉଛି । ଏପରିକି ଏଠାରେ ବର୍ଷେ ହେଲା କାର୍ଯ୍ୟରତ ସହକାରୀ ଯୋଗାଣ ଅଧିକାରୀ ନିଜେ କେବେବି କ୍ଷେତ୍ର ପରିଦର୍ଶନ କରନ୍ତି ନାହିଁ କି ତାଙ୍କର କଣ୍ଟ୍ରୋଲ ଡିଲରଙ୍କ ଉପରେ କୌଣସି କର୍ତ୍ତୃତ୍ୱ ନଥିବା ପରି ମନେ ହେଉଛି । ପୂର୍ବରୁ ମଧ୍ୟ ଖୁଣ୍ଟୁଣୀ ଓ ମହାକାଳବସ୍ତ ପଞ୍ଚାୟତ ସମେତ ଅନ୍ୟ କେତେକ ଗ୍ରାମାଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇଥିଲା। ସମଗ୍ର ଆଠଗଡ ଉପଖଣ୍ଡରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ କିପରି ସୁବ୍ୟବସ୍ଥିତ କରାଯିବ ଉପଜିଲ୍ଲାପାଳ ସେ ଦିଗରେ ଦୃଢ ପଦକ୍ଷେପ ନେବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories