www.samajalive.in
Wednesday, December 10, 2025
26.1 C
Bhubaneswar

କାକୁଡିଆ ଗୋପିନାଥ ଦେବ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଷ୍ଟାର ୧୧କୁ ହରାଇ ବିଟିସିସି ଫାଇଟର ଚାମ୍ପିୟନ

ପିପିଲି:ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ କାକୁଡିଆ ଠାରେ ଚାଲିଥିବା କାକୁଡ଼ିଆ ଗୋପିନାଥ ଦେବ ପ୍ରିମିୟର ଲିଗ୍‍ କ୍ରିକେଟ(ଜିପିଏଲ) ଟୁର୍ଣ୍ଣାମେଣ୍ଟ ସମାରୋହରେ ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚ୍‍ରେ ଷ୍ଟାର ୧୧ କ୍ରିକେଟ୍‍ ଟିମକୁ ହରାଇ କାକୁଡ଼ିଆ ବାବା ତ୍ରୀନାଥ କ୍ରିକେଟ କ୍ଲବ(ବିଟିସିସି)ଫାଇଟର ଟିମ ଚମ୍ପିୟାନ ହୋଇଛି। ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁ ଯୋଗଦେଇ କ୍ରିକେଟ ଖେଳ ଅଞ୍ଚଳରେ ଭାଇଚାରା ସୃଷ୍ଠି କରୁଛି ବୋଲି ମତବ୍ୟକ୍ତ କରିବା ସହ ବିଜେତା ବିଟିସିସି ଟିମକୁ ସିଲଡ଼ ଓ ଷ୍ଟାର ୧୧ ଟିମକୁ ରନର୍ସ କପ ପ୍ରଦାନ କରାଯାଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ବେହେରାଙ୍କୁ ମ୍ୟାନ୍‍ ଅଫ ଦି ମ୍ୟାଚ୍‍ ଓ ମ୍ୟାନ୍‍ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଅମ୍ପେୟାର ଭାବେ ଜ୍ୟୋତିରଂଜନ ସ୍ୱାଇଁ ଓ ସାଗର ବେହେରା ମ୍ୟାଚ ପରିଚାଳନା କରିଥିଲେ। ଅନୁଷ୍ଠାନର ପ୍ରବୋଧ କୁମାର ଦାଶ, ବିନୋଦ ଦାଶ, ଗୋପିନାଥ ଜେନା, ଦିଲ୍ଲୀପ କୁମାର ବେହେରା, ବିଜୟ ବେହେରା, ସତ୍ୟ ବେହେରା, ନବ ବେହେରା, ଚିତ୍ତ ସାହୁ, ପ୍ରତାପ ପରିଡ଼ା ଓ ଆଲୋକ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories