www.samajalive.in
Wednesday, December 10, 2025
26.1 C
Bhubaneswar

ଓଷ୍ଟା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ, ବିଭିନ୍ନ ଦାବି ଉପରେ ଆଲୋଚନା

ଫୁଲବାଣୀ:କନ୍ଧମାଳ ଗସ୍ତରେ ଆସିଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ଆଜି କନ୍ଧମାଳ ଓଷ୍ଟା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର କର୍ମକର୍ତ୍ତାମାନେ ସର୍କିଟ୍ ହାଉସ୍ ଠାରେ ସାକ୍ଷାତ କରି ପ୍ରଦାନ କରିବା ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଜିଲା ସଂପାଦକ ରଂଜନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଓଷ୍ଟାର ଏକ ପ୍ରତିନିଧ ଜିଲା ସଭାପତି ପ୍ରଫୁଲ କୁମାର ସାହୁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଣ୍ୱାର ଦଳାଇ , ଖଜୁରିପଡ଼ା ବ୍ଳକ ସଭାପତି ଚତୁର୍ଭୁଜ ରାଉତ , ଫୁଲବାଣୀ ବ୍ଳକ ସଭାପତି ସନ୍ତୋଷ ସାମନ୍ତରାଏ , ଶିକ୍ଷକ ନେତା ରମେଶ ଚନ୍ଦ୍ର ନାୟକ , ରାଜ କିଶୋର ସାହୁ , ଦିନବନ୍ଧୁ ସାହୁ , ପ୍ରଭାତ କୁମାର ରଥ ପ୍ରମୁଖ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଆଲୋଚନା ବେଳେ ମନ୍ତ୍ରୀ ଆସନ୍ତା ଦୁଇରୁ ତିନିମାସ ମଧ୍ୟରେ ଅନୁଦାନ ପାଇବାକୁ ଥିବା ୧୯୪ ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରାଯିବା ସହିତ ୨୨୬ ଓ ୩୯୯ଟି ଉଚ୍ଚ ବିଦ୍ୟାଳୟକୁ ଖୁବ୍ ଶିଘ୍ର ୭ମ ବେତନ ପ୍ରଦାନ ପାଇଁ ପ୍ରକିୟା ଚାଲିଥିବା ପ୍ରକାଶ ରକିଥିଲେ। ସେହିପରି ପୂର୍ଣ୍ଣ ଅନୁଦାନ ୬୯୧ ଟି ବିଦ୍ୟାଳୟରେ ଖାଲିପଡ଼ିଥିବା ୨୦୬୪ ଟି ଶିକ୍ଷକ ପଦବୀ ପୁରଣ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଖାଲିପଡ଼ିଥିବା ଶିକ୍ଷକ ନିଯୁକ୍ତି ପଦବି ପୂରଣ ଦିଗରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିବା ଓଷ୍ଟା ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି। ସେହିଭଳି ଶିକ୍ଷକ ଓ କର୍ମଚାରୀ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ପରପ୍ରେକ୍ଷିରେ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗର ସହମତି ପ୍ରକାଶ ହେଲେ ତାହା ବିଚାର କରାଯିବ ବୋଲି ମତ ଦେଇଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories