www.samajalive.in
Sunday, December 14, 2025
26.1 C
Bhubaneswar

ହରିଦ୍ୱାରରେ ଅଟଳଙ୍କ ଚିତାଭସ୍ମ ବିସଜର୍ନ

ଲକ୍ଷେ୍ନø: ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଓ ଚିତାଭସ୍ମକୁ ହରିଦ୍ୱାର ସ୍ଥିତ ଗଙ୍ଗାନଦୀରେ ବିସର୍ଜନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଅମିତ ଶାହା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ଅସ୍ଥିକଳସକୁ ଗଙ୍ଗାଘାଟକୁ ନିଆଯାଇଥିଲା। ସେଠାରେ ତାଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟ ଅସ୍ଥି ବିସର୍ଜନ କରିଥିଲେ। ଲକ୍ଷେ୍ନøରୁ ବାଜପେୟୀ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାରୁ ସେଠାରେ ତାଙ୍କର ପ୍ରଥମ ଅସ୍ଥି ବିସର୍ଜନ କରାଯାଇଥିଲା। ଏହାପରେ ଦେଶର ସମସ୍ତ୍ର ନଦୀରେ ତାଙ୍କର ଚିତାଭସ୍ମକୁ ବିସର୍ଜନ କରାଯିବ ବୋଲି ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଛି। ବିଜେପିର ବିକାଶ ପୁରୁଷ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ ସମଗ୍ର ଜୀବନ ରାଷ୍ଟ୍ରର ହିତରେ ସମର୍ପିତ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥରୁ ଊଦ୍ଧ୍ୱର୍ରେ ରହି ସେ ସବୁ ଦଳର ନେତାଙ୍କ ଗଠନମୂଳକ ଚିନ୍ତାଧାରା ଓ ମତକୁ ସମ୍ମାନ ଦେଉଥିବାରୁ ଏବଂ ସମସ୍ତଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ରଖିଥିବାରୁ ତାଙ୍କ ସମ୍ମାନାର୍ଥେ ଏକ ସର୍ବଦଳୀୟ ସ୍ମୃତିସଭା କରିବା ପାଇଁ ବିଜେପି ତୁଙ୍ଗ ସ୍ତରରେ ନିଷ୍ପତ୍ତି ହୋଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories