www.samajalive.in
Saturday, December 6, 2025
19.1 C
Bhubaneswar

ସଂସଦର ସେଣ୍ଟ୍ରାଲ ହଲରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନ୍ତ ଫଟୋଚିତ୍ର

ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ୍ତ ଫଟୋଚିତ୍ର ଲଗାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେବ୍ରୁଆରୀ ୧୨ ତାରିଖରେ ଏହି ଫଟୋଚିତ୍ରକୁ ଉନ୍ମୋଚନ କରିବେ ।  ଏହି ଅବସରରେ ସେଣ୍ଟ୍ରାଲ ହଲରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହିବେ।

ପୂର୍ବରୁ ସେଣ୍ଟ୍ରାଲ ହଲରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହୁର, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ଜୀବନ୍ତ ଫଟୋଚିତ୍ର ସ୍ଥାନ ପାଇଛି । ଉତ୍ତରପ୍ରଦେଶର ବୃନ୍ଦାବନର ଜଣାଶୁଣା ଚିତ୍ରଶିଳ୍ପୀ କ୍ରିଷ୍ଣା କହ୍ନାଇଙ୍କ ଦ୍ୱାରା ସ୍ୱର୍ଗତ ବାଜପେୟୀଙ୍କ ଏହି ଫଟୋଚିତ୍ରକୁ ପ୍ରସ୍ତୁତ କରାଯାଇଛି । ସେଣ୍ଟ୍ରାଲ ହଲରେ ସ୍ବର୍ଗତ ବାଜପେୟୀଙ୍କ ଜୀବନ୍ତ ଫଟୋଚିତ୍ର ସ୍ଥାନ ପାଇବା ନେଇ ଗତ ଡିସେମ୍ବର ୧୮ ତାରିଖରେ ସଂସଦର ପୋଟ୍ରେଟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଉପ ବାଚସ୍ପତି ଏବଂ ଏଆଇଡିଏମକେ ନେତା ଏମ ଥାମ୍ବି ଦୁରାଇ, ବିଜେଡିର ଭର୍ତ୍ତୃହରି ମହତାବ, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଟିଆରଏସ ଜିତେନ୍ଦ୍ର ରେଡ୍ଡି, ଶିବସେନା ନେତା ଅନନ୍ତ ଗିତ ଏବଂ ବିଜେପି ନେତା ସତ୍ୟନାରାୟଣ ଜାଟିଆ ବୈଠକରେ ଉପସ୍ଥିତ ଥିଲେ ।

- Advertisement -

ସୂଚନାଯୋଗ୍ୟ, ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ପ୍ରଥମେ ଥର ୧୯୯୬ରେ ୧୩ ଦିନ , ଦ୍ବିତୀୟ ଥର ୧୯୯୮-୯୯ରେ ୧୩ ମାସ ଏବଂ ୧୯୯୯-୨୦୦୪ ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୨୦୧୫ରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବାଜପେୟୀ ୧୯୨୪ ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗୋଓ୍ଵାଲିୟରରେ ଜନ୍ମ ଗ୍ରହଣ କରିଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୨୦୧୮ ମସିହା ଅଗଷ୍ଟ ୧୬ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories