କାରଗିଲ୍ରେ ବିଏସ୍ଏନ୍ଏଲ୍ର ବିଦ୍ୟୁତ୍ ଚୋରି କରିବା ଅଭିଯୋଗରେ ଏୟାରଟେଲ୍ ନାମରେ ମାମଲା ରୁଜୁ
ନୂଆଦିଲ୍ଲୀ : କାରଗିଲ୍ରେ ଥିବା ଏକ ଏୟାରଟେଲ୍ ଟାଓ୍ୱାରରେ ଚୋରି କରାଯାଇ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ଅଭିଯୋଗ ହୋଇଛି । ଏକ ବିଏସ୍ଏନ୍ଏଲ୍ ଟ୍ୱାଓ୍ୱାର ପାଇଁ ଉଦିଷ୍ଟ ବିଦ୍ୟୁତ୍ ଟ୍ରାନସ୍ଫରମର୍ରୁ ବିଦ୍ୟୁତ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । କେବଳ ବିଏସ୍ଏନ୍ଏଲ୍ ପାଇଁ ଉଦିଷ୍ଟ ଏକ ଟ୍ରାନ୍ସ୍ଫର୍ମରରୁ ଏୟାରଟେଲ ଟାଓ୍ୱାର ପାଇଁ ବେଆଇନ୍ ଭାବେ ସଂଯୋଗ କରାଯାଇଥିବା ପୁଲିସ ଅନୁସନ୍ଧାନ ବେଳେ ଜଣା ପଡିଛି । ଏହାପରେ ପୁଲିସ ଏକ ମାମଲା ରୁଜୁ କରିଛି । ମାତ୍ର ଏୟାରଟେଲ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି ।
କାରଗିଲ୍ରେ ଥିବା ଛାନିଗୁଣ୍ଡରେ ଏପରି ଘଟଣା ଘଟିଥିବା ପୁଲିସର ମୁଖପାତ୍ର କହିଛନ୍ତି । ଏହାପରେ ଜାମ୍ମୁ କାଶ୍ମୀର ବିଦ୍ୟୁତ ନିୟାମକ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।
ମାତ୍ର ଏହାକୁ ଏୟାରଟେଲ୍ ଖଣ୍ଡନ କରିଛି । ଏହି ଟାଓ୍ୱାରକୁ ଏୟାରଟେଲ୍ ନୁହେଁ ଏକ ଟାଓ୍ୱାର କମ୍ପାନୀ ପରିଚାଳନା କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀର ନାମକୁ ଏଥିରେ ଯୋଡା ଯାଉଥିବା ଏୟାରଟେଲ୍ର ମୁଖାପାତ୍ର କହିଛନ୍ତି ।