ପାକିସ୍ତାନ ବିପକ୍ଷରେ ଯୁଦ୍ଧକରିବା ଉଚିତ୍ ନୁହେଁ ମତ ଦେଇ ଚାକିରି ହରାଇଲେ ଓଡ଼ିଆ ସହକାରୀ ଅଧ୍ୟାପିକା
![](https://samajalive.in/wp-content/uploads/2019/02/download-5.jpeg)
ଭୁବନେଶ୍ୱର ..- ପାକିସ୍ତାନ ବିପକ୍ଷରେ ଯୁଦ୍ଧ କରିବା ଉଚିତ୍ ନୁହେଁ ବୋଲି ଏକ ଟିଭି ଚ୍ୟାନେଲର ଆଲୋଚନା କାର୍ଯ୍ୟକ୍ରମରେ ମତ ଦେଇ ଜଣେ ସହକାରୀ ଅଧ୍ୟାପିକା ନିଜର ଚାରିକି ହରାଇଛନ୍ତି । ମଧୁମିତା ରାୟ ନାମକ ସହକାରୀ ଅଧ୍ୟାପିକା ଏକ ଓଡ଼ିଆ ଚ୍ୟାନେଲରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେ ଅବସରପ୍ରାପ୍ତ ସେନା କର୍ଣ୍ଣେଲ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ସହ ଭାରତ ପାକିସ୍ତାନର ବର୍ତ୍ତମାନ ସ୍ଥିତି ବିଷୟରେ ଆଲୋଚନା ବେଳେ ଯୁକ୍ତିତର୍କ କରିଥିଲେ ।
![prayash](https://samajalive.in/wp-content/uploads/2024/12/prayash.jpg)
ମଧୁମିତା ଗତ ୭୦ ବର୍ଷ ମଧ୍ୟରେ ପାକିସ୍ତାନ ସହ ଅନେକ ଯୁଦ୍ଧ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା ବୋଲି କହିଥିବା ଇଂରାଜୀ ଓ୍ୱେବସାଇଟ୍ ଦି ଓ୍ୱୟାରକୁ ସୂଚନା ଦେଇଛନ୍ତି । ଏହି ଆଲୋଚନାର ଦୁଇ ଦିନ ପରେ ସେ ଚାକିରି କରୁଥିବା ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରିକରାଯାଇଥିଲା ଏବଂ ତାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ସୂଚନା ମିଳିଛି । ଏହାପରସେ ସେ ସ୍ୱାଧୀନ ବାକ୍ ଅଧିକାର ପାଇଁ ଇସ୍ତଫା ଦେଇଥିବା କଥା କହିଛନ୍ତି ।
ମଧୁମିତାଙ୍କ ଚାକିରି ଯିବା ପରେ ପୂର୍ବତନ କର୍ଣ୍ଣେଲ ଖୁସୀ ବ୍ୟକ୍ତି କରିଛନ୍ତି । ପାକିସ୍ତାନ ବିପକ୍ଷରେ ଯୁଦ୍ଧକୁ ନେଇ ମଧୁମିତା ବିବାଦୀୟ ବୟାନ ଦେବା ବେଳେ ସେ ତାଙ୍କୁ ସଚେତନ କରାଇଥିବା କଥା ସେ ଖବର ପ୍ରସାରଣ ସଂସ୍ଥା ଦି ଓ୍ୱାୟରକୁ କହିଛନ୍ତି ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)