www.samajalive.in
Sunday, December 7, 2025
14.1 C
Bhubaneswar

ତେଲଙ୍ଗାନା ଓ ରାଜସ୍ତାନ ବିଧାନସଭା ନିର୍ବାଚନ ; ତେଲଙ୍ଗାନାରେ ୪୮ ଏବଂ ରାଜସ୍ଥାନରେ ୪୨ ପ୍ରତିଶତ ମତଦାନ

ହାଇଦରାବାଦ/ଜୟପୁର :  ତେଲଙ୍ଗାନା ଓ ରାଜସ୍ତାନରେ ଶାନ୍ତି ଶୃଙ୍ଖଳାର ସହ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ଦିନ ଗୋଟାଏ ସୁଦ୍ଧା ତେଲଙ୍ଗାନାରେ ୪୮ ପ୍ରତିଶତ ଏବଂ ରାଜସ୍ଥାନରେ ୪୨ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି।
ତେଲଙ୍ଗାନାରେ ଶୁକ୍ରବାର ଅନୁଷ୍ଠିତ ହେଉଥିବା ପ୍ରଥମ ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ରାଜ୍ୟର ୧୧୯ଟି ବିଧାନସଭା ଆସନରେ ୩୨ହଜାର ୮୧୫ଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରାୟ ୨କୋଟି ୮୦ଲକ୍ଷ ଭୋଟର ୧ହଜାର ୮୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରାର୍ଥୀଙ୍କ ମଧ୍ୟରେ ୧୩୯ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଟିଆରଏସ୍‍ ଏବଂ ବିଜେପି ଏକାକୀ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ, ଟିଡିପି, ତେଲଙ୍ଗାନା ଜନସମିତି ଏବଂ ସିପିଆଇ ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସିପିଆଇଏମ ଏବଂ ବହୁଜନ ଲେପ୍ଟ ପାର୍ଟି, ବହୁଜନ ଲେପ୍ଟ ଫ୍ରଣ୍ଟ ଗଠନ କରିଛନ୍ତି। ଟିଆରଏସ୍‍ ସମସ୍ତ ୧୧୯ଟି ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ବିଜେପି ୧୧୮ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛି।
କଂଗ୍ରେସ ୯୯ଟି, ଟିଡିପି ୧୩ଟି, ଟିଜେଏସ୍‍ ୮ଟି, ସିପିଆଇ ୩ଟି, ଏମଆଇଏମ୍‍ ୮ଟି, ଏନସିପି ୨୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଏସ୍‍ପି ୧୦୭ଟି ସିଟରେ ବୁଝାମଣା କରିଛି। ନିର୍ବାଚନ କର୍ତ୍ତୃପକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ର‍୍ୟାମ୍ପ ଓ ହୁଇଲ ଚେୟାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଘରୁ ନେବାଆଣିବା ମଧ୍ୟ ବ୍ୟବସ୍ଥା କରାଯାଇଛି।
ସେହିପରି ରାଜସ୍ଥାନରେ ଆଜି ପଞ୍ଚଦଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ରାଜ୍ୟର ୨୦୦ଟି ବିଧାନସଭା ଆସନରୁ ୧୯୯ଟିରେ ୨ହଜାର ୨୭୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୧୮୭ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଅଲୱାର ଜିଲ୍ଲାର ରାମଗଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବିଏସପି ପ୍ରାର୍ଥୀଙ୍କର ମୃତ୍ୟୁ ହେବା ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି। ଏହି ନିର୍ବାଚନରେ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ସଂମ୍ପୂର୍ଣ୍ଣ ମହିଳା ମତଦାନ କେନ୍ଦ୍ର ସହ ମୋଟ ୫୨ହଜାର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟର ପ୍ରଥମଥର ଲାଗି ଭିଭିପାଟ ମେସିନ ସହ ୨ଲକ୍ଷରୁ ଅଧିକ ଇଭିଏମ୍‍ ବ୍ୟବହାର କରାଯାଉଛି। ୪କୋଟି ୭୪ଲକ୍ଷ ମତଦାତା ଆଜିର ଭୋଟ ଗ୍ରହଣରେ ଭାଗ ନେଉଥିବା ବେଳେ ପ୍ରଥମ ଥର ଲାଗି ଆଜି ୨୦ଲକ୍ଷ ନୂତନ ଭୋଟର ସେମାନଙ୍କ ମତସାବ୍ୟସ୍ତ କରୁଛନ୍ତି। ପୁଲିସ ଡଜି ଓ.ପି. ଗଲହୋତ୍ରା ଶାନ୍ତିପୂର୍ଣ୍ଣ ନିର୍ବାଚନ ସକାଶେ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କହିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ଆନ୍ତଜିଲ୍ଲା ସୀମାରେଖାକୁ ବନ୍ଦ ରଖାଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories