ଭୁବନେଶ୍ୱର : ଓମାନର ମସ୍କାଟରେ ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ୫ମ ଏସିଆନ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ୧୮ଜଣିଆ ଭାରତୀୟ ଦଳ ମସ୍କାଟ୍ ଗସ୍ତ କରିଛି। ଅଧିନାୟକ ମନ୍ପ୍ରୀତ ସିଂହ ଓ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଭାରତୀୟ ଖେଳାଳି ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଓମାନ୍ ଗସ୍ତ କରିଛନ୍ତି। ନଭେମ୍ବର ୨୮ରୁ ଖେଳାଯିବାକୁ ଥିବା ବିଶ୍ୱକପ ହକି ପ୍ରତିଯୋଗିତା ପୂର୍ବରୁ ଗତଥରର ଚମ୍ପିଆନ ଭାରତ ପାଇଁ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକି ବେଶ୍ ଗୁରୁତ୍ୱ ବହନ କରୁଛି। ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରି ଟାଇଟଲ ବଜାୟ ରଖିବା ନେଇ ଭାରତ ଲକ୍ଷ୍ୟରଖିଛି। ଏସୀୟ କ୍ରୀଡ଼ାର ତ୍ରୁଟିକୁ ସୁଧାରି ବିଶ୍ୱକପ ପୂର୍ବରୁ ମନୋବଳକୁ ଉଚ୍ଚକରିବା ଲାଗି ଏସିଆନ ଚମ୍ପିଆନ୍ସ ଟ୍ରଫି ଟାଇଟଲ ବଜାୟ ରଖିବା ନେଇ ଭାରତ ଲକ୍ଷ୍ୟରଖିଛି। ପ୍ରତିଯୋଗିତାରେ ଭାରତ ସମେତ ଓମାନ୍, ପାକିସ୍ତାନ, ଦକ୍ଷିଣ କୋରିଆ, ମାଲେସିଆ ଓ ଜାପାନ ଦଳ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୧ରେ ଖେଳା ଯାଇଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ହକିର ପ୍ରଥମ ଓ ୨୦୧୬ରେ ଖେଳା ଯାଇଥିବା ୪ର୍ଥ ସଂସ୍କରଣରେ ଭାରତ ଚମ୍ପିଆନ ହୋଇଥିଲା।
Popular Categories



