www.samajalive.in
Sunday, December 7, 2025
15.1 C
Bhubaneswar

ଅଦାଲତରୁ ମିଳିଲାନି ଆଶ୍ବସ୍ତି ; ଆଜି ଜେଲ୍‌କୁ ଫେରିବେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଅଦାଲତ କୌଣସି ପ୍ରକାର ଆଶ୍ବସ୍ତି ପ୍ରଦାନ କରି ନାହାନ୍ତି। କେଜରିୱାଲଙ୍କ ଜାମିନ ଆବେଦନ ଉପରେ ରୌଜ ଆଭେନ୍ୟୁସ୍ଥିତ ବିଚାର ବିଭାଗୀୟ ଅଦାଲତ ଶୁଣାଣି କରି ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖିଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆଜି (ରବିବାର)  କେଜ୍ରିଓ୍ବାଲ ତିହାର ଜେଲ୍‌ରେ ଆତ୍ମସମର୍ପଣ କରିବା ନିଶ୍ଚିତ ହୋଇଛି। କାରଣ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଦେଇଥିବା ଅନ୍ତରୀଣ ଜାମିନ ଅବଧି ଶନିବାର ଶେଷ ହୋଇଛି। ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ତାଙ୍କୁ ଜେଲ୍‌ରେ ଆତ୍ମ ସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କେଜରିୱାଲ ଅନ୍ତରୀଣ ଜାମିନ ଅବଧିକୁ ଏକ ସପ୍ତାହ ବୃଦ୍ଧି କରିବା ଲାଗି ଆବେଦନ କରିଥିଲେ। ଏହା ସହିତ ସେ ନିୟମିତ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। କେଜରିୱାଲଙ୍କ ଉଭୟ ଆବେଦନକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବିରୋଧ କରିଥିଲା। ଦିଲ୍ଲୀ ଅବକାରୀ ନୀତି ଅନିୟମିତତାକୁ ନେଇ ଇଡି କେଜରିୱାଲଙ୍କୁ ଗିରଫ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories