www.samajalive.in
Saturday, December 6, 2025
26.1 C
Bhubaneswar

ଚମକିବା ରଙ୍ଗ ଦେଖି ପନିପରିବା ଓ ଫଳ କିଣୁଛନ୍ତି କି? ହେବ କର୍କଟ!

କିଛି କେମିକାଲ୍‌‌ ରଙ୍ଗ ପନିପରିବା ଓ ଫଳକୁ ଚମକାଇବା ଅର୍ଥାତ୍‌‌ ଗାଢ ରଙ୍ଗ ଦେଖାଯିବା ପାଇଁ ବ୍ୟବହାର କରାଯାଉଛି। ଏହାଦ୍ୱାରା ପନିପରିବା ଓ ଫଳ ସତେଜ ମଧ୍ୟ ଦେଖାଯାଏ। ଲୋକେ ଭୁଲ୍‌‌ ଧାରଣାବଶତଃ ଏହା ସତେଜ ଭାବି କିଣନ୍ତି। ମାତ୍ର ଏପରି ଫଳ ଓ ପନିପରିବା ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ଥାଏ।
ରଙ୍ଗ କମ୍‌‌ ହେବା ଦ୍ୱାରା ଲୋକେ ସାଧାରଣତଃ ପନିପରିବା କିଣିବାକୁ ଆକର୍ଷିତ ହୋଇନଥାଆନ୍ତି। ଆପଣ ଯଦି ଚମକିବା ରଙ୍ଗ ଦେଖି ପନିପରିବା ଓ ଫଳ କିଣୁଛନ୍ତି, ତେବେ ଏବେ ଠାରୁ ସାବଧାନ ହୋଇ ଯାଆନ୍ତୁ। ଫଳ ଓ ପନିପରିବାକୁ ଚମକାଇବା ପାଇଁ ଅପ୍ରାକୃତିକ,କେମିକାଲ ରଙ୍ଗର ବ୍ୟବହାର କରାଯାଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ପନିପରିବା ସଜେତ ଦେଖାଯିବା ପାଇଁ ସିନ୍ଥେଟିକ୍‌‌ ରଙ୍ଗର ବ୍ୟବହାର କରାଯାଉଛି। ଏଭଳି ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଖାଦ୍ୟ ସୁରକ୍ଷା ବିଭାଗ ଚଢାଉ କରି ସେସବୁ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜାଣନ୍ତୁ..
କର୍କଟ ରୋଗ ବିଶେଷଜ୍ଞଙ୍କ ମତାନୁଯାୟୀ, ପନିପରିବାକୁ ସତେଜ ରଖିବା ପାଇଁ ଚମକ ଦେଖାଯିବା ପାଇଁ ଏହା ଉପରେ କେମିକାଲ୍‌‌ ଯୁକ୍ତ ସିନ୍ଥେଟିକ୍‌‌ ରଙ୍ଗ ଦିଆଯାଉଛି। ଯେଉଁଥିରେ କର୍କଟ ରୋଗ ସୃଷ୍ଟି କରୁଥିବା କେମିକାଲ ରହିଛି। ପନିପରିବା ହେଉ ଅଥବା ଫଳ ସମସ୍ତ ଜିନିଷରେ ବର୍ତ୍ତମାନ ଏହି କେମିକାଲ ରଙ୍ଗର ବ୍ୟବହାର କରାଯାଉଛି।
ସବୁଠାରୁ ଅଧିକ ଲାଲ ଓ ସବୁଜ ରଙ୍ଗର କେମିକାଲ ରଙ୍ଗ ଅଧିକ ବ୍ୟବହାର କରାଯାଉଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଏହି କେମିକାଲ ପନିପରିବା ଓ ଫଳକୁ ଏଭଳି ଚମକାଏ, ଯାଦ୍ୱାରା ଏହା ସବୁ ସତେଜ ଦେଖା ଯାଆନ୍ତି। ଫଳରେ ଲୋକେ ଆକର୍ଷିତ ହୋଇଥାଆନ୍ତି। କିଣି ଥାଆନ୍ତି। ପନିପରିବାରେ ବ୍ୟବହାର ହେଉଥିବା ଏହି ରଙ୍ଗ ଯକୃତ କର୍କଟର କାରଣ ପାଲଟି ଥାଏ। ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ପନିପରିବା ଓ ଫଳରେ କେମିକାଲ ବ୍ୟବହାର ହୋଇଛି କି ନାହିଁ ତାହା ଜାଣିବା ପାଇଁ ଏକ ପ୍ରକାର ପାନୀୟ ଦ୍ରବ୍ୟ ମିଳୁଛି। ଯାହା ଦ୍ୱାରା ଏହା ଅସଲି କି ନକଲି ଚିହ୍ନଟ କରାଯାଇ ପାରିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories