ହାଇଦରାବାଦ : କାଁ ଭାଁ ଘଟଣାକୁ ଛାଡିଦେଲେ ତେଲଙ୍ଗାନାରେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ତେଲଙ୍ଗାନାରେ ପ୍ରାୟ ୬୫ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିିଛି। ତେବେ ଚୁଡାନ୍ତ ମତଦାନ ରିପୋର୍ଟରେ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର ୧୩ଟି ମାଓ ପ୍ରଭାବିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶାନ୍ତିପୁର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି।
ରାଜ୍ୟର ୧୧୯ଟି ବିଧାନସଭା ଆସନରେ ୩୨ହଜାର ୮୧୫ଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ପ୍ରାୟ ୨କୋଟି ୮୦ଲକ୍ଷ ଭୋଟର ୧ହଜାର ୮୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ୧୩୯ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଟିଆରଏସ୍ ଏବଂ ବିଜେପି ଏକାକୀ ନିର୍ବାଚନ ଲଢିଥିବାବେଳେ କଂଗ୍ରେସ, ଟିଡିପି, ତେଲଙ୍ଗାନା ଜନସମିତି ଏବଂ ସିପିଆଇ ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସିପିଆଇଏମ ଏବଂ ବହୁଜନ ଲେପ୍ଟ ପାର୍ଟି, ବହୁଜନ ଲେପ୍ଟ ଫ୍ରଣ୍ଟ ଗଠନ କରିଛନ୍ତି। ଟିଆରଏସ୍ ସମସ୍ତ ୧୧୯ଟି ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ବିଜେପି ୧୧୮ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଛି।
କଂଗ୍ରେସ ୯୯ଟି, ଟିଡିପି ୧୩ଟି, ଟିଜେଏସ୍ ୮ଟି, ସିପିଆଇ ୩ଟି, ଏମଆଇଏମ୍ ୮ଟି, ଏନସିପି ୨୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ ବିଏସ୍ପି ୧୦୭ଟି ସିଟ୍ରେ ବୁଝାମଣା କରିଛି।
ଆସନ୍ତା ମଙ୍ଗଳବାର ଦିନ ଭୋଟ ଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ।
ତେଲଙ୍ଗାନାରେ ୬୫ ପ୍ରତିଶତ ମତଦାନ
Popular Categories



