www.samajalive.in
Friday, December 5, 2025
26.1 C
Bhubaneswar

ଲାଇଭ୍‌ ପ୍ରସାରଣ ବେଳେ ଟିଭି ଷ୍ଟୁଡିଓରେ ପଶିଲେ ସଶସ୍ତ୍ର ଦୁର୍ବୃତ୍ତ: ଆଉ ତା’ପରେ..

କ୍ବିଟୋ: ଇକ୍ବା​‌ଡୋରରେ ସ୍ଥିତି ବିଗିଡି ଯାଇଛି। ଏଠାରେ କିଛି ମୁଖାପିନ୍ଧା ଲୋକ ଏକ ଟିଭି ଚ୍ୟାନେଲ ସେଟ୍‌କୁ ହଠାତ୍‌ ପଶି ଆସିଥିଲେ। ଲାଇଭ୍ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ଦେଖାଇ ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ରାଷ୍ଟ୍ରପତି ଡାନିଏଲ ନୋବୋଆ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଘୋଷଣା କରିଛନ୍ତି ଯେ, ଦେଶ ‘ଆଭ୍ୟନ୍ତରୀଣ ସଶସ୍ତ୍ର ସଂଘର୍ଷ’ରେ ପ୍ରବେଶ କରିଛି।

ହବୁ ପରିମାଣର ବନ୍ଧୁକ ଓ ବିସ୍ଫୋରକ ଧରିଥିବା ବ୍ୟକ୍ତିମାନେ ବନ୍ଦରସହର ଗୁଆୟାକିଲ୍‌ରେ ଟିସି ଟେଲିଭିଜନର ଷ୍ଟୁଡିଓରେ ପଶିଥିଲେ ଓ ଚିଲ୍ଲାଇ କହିଥିଲେ ଯେ, ସେମାନଙ୍କ ପାଖରେ ବୋମା ଅଛି। ପଛରୁ ଗୁଳି ଫୁଟିଲା ପରି ଶବ୍ଦ ଶୁଣାଯାଉଥିଲା। ଗୁଳି ଶବ୍ଦ ମଧ୍ୟରେ ଜଣେ ମହିଳା ‘ଗୁଳି ମାର ନାହିଁ, ଦୟାକରି ଗୁଳି ମାର ନାହିଁ’ କହୁଥିବା ଶୁଣିବାକୁ ମିଳିଥିଲା।

- Advertisement -

ଅନୁପ୍ରବେଶକାରୀମାନେ ଲୋଙ୍କମାନଙ୍କ ହାତ ବାନ୍ଧି ଭୂମିରେ ଶୋଇବାକୁ ବାଧ୍ୟ କରିଥିଲେ ଏବଂ ଷ୍ଟୁଡିଓ ଲାଇଟ୍ ବନ୍ଦ ହେବା ପରେ ସେମାବେ ଯନ୍ତ୍ରଣାରେ ଚିତ୍କାର କରୁଥିବା ଶୁଣିବାକୁ ମିଳିଥିଲା। ତଥାପି ଲାଇଭ୍‌ ପ୍ରସାରଣ ଜାରି ରହିଥିଲା। ତେବେ ସେଠାକାର କୌଣସି କର୍ମଚାରୀ ଆହତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଟିସିର ଜଣେ କର୍ମଚାରୀ ହ୍ବାଟ୍ସଆପ୍ ବାର୍ତ୍ତାରେ କହିଛନ୍ତି ଯେ, ମୁଖାପିନ୍ଧା ଲୋକମାନଙ୍କର ଲାଇଭ୍‌ ପ୍ରସାରଣ ହେଉଛି। ସେମାନେ ଆମକୁ ମାରିବାକୁ ଆସିଛନ୍ତି। ଭଗବାନ ଦୟାକରି ଏପରି ହେବାକୁ ଦିଅନ୍ତୁ ନାହିଁ।

ଏଠାରେ ସୂଚନାଯୋଗ୍ୟ, ଇକ୍ବା​‌ଡୋରରେ ରବିବାର ଏକ ଗ୍ୟାଙ୍ଗର ଜଣେ ଶକ୍ତିଶାଳୀ ସଦସ୍ୟ ଜେଲରୁ ଫେରାର ହେବା ପରେ ଅନେକ ଆକ୍ରମଣ ହୋଇଛି। ଏହି ଗ୍ୟାଙ୍ଗ ଯୁଦ୍ଧ ଘୋଷଣା କରିଛି। ଏହାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଦେଶ ‘ଆଭ୍ୟନ୍ତରୀଣ ସଶସ୍ତ୍ର ସଂଘର୍ଷ’ ସ୍ଥିତିରେ ଥିବା ଘୋଷଣା କରିଥିଲେ। ସ୍ଥିତି ବିଗିଡ଼ିବା ଦେଖି ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିଲେ ଯେ, ସେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବେ। ସୋମବାର ନୋବୋଆ ୬୦ ଦିନ ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସରକାର ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ଲାଗୁ କରିଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories