www.samajalive.in
Saturday, December 6, 2025
19.1 C
Bhubaneswar

ବାତ୍ୟା ‘ୟାସ୍‌’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ବାତ୍ୟା ‘ୟାସ୍‌’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତ। ଆସନ୍ତା ୨୬ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର  ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ଯବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଂଚାଯାଇଛି। ୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି। ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର୍ୟ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି । ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡର ଆଠଟି ଜାହାଜ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ଚାରିଟି ବୁଡାଳୀ ଓ ଦଶଟି ବନ୍ୟା ସହାୟତାକାରୀ ଦଳ କୋଲକାତା, ଭୁବନେଶ୍ୱର ଓ ଚିଲିକାରେ ଡେରା ପକାଇଛନ୍ତି । ପ୍ରଶାସନରୁ ସୂଚନା ପାଇବାମାତ୍ରେ ସେମାନେ ସହାୟତା କାର୍ୟ୍ୟରେ ଲାଗିଯାଇପାରିବେ ।

ଯେକୌଣସି ବିପତ୍ତିର ମୁକାବିଲା ନିମନ୍ତେ ସାତୋଟି ବନ୍ୟା ରିଲିଫ ଦଳ ଓ ଦୁଇଟି ବୁଡାଳୀ ଦଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି । ଆବଶ୍ୟକସ୍ଥଳେ ଉଦ୍ଧାର ଓ ଖୋଜ ପାଇଁ ବିଶାଖାପାଟନମ୍ ଓ ପୋର୍ଟବ୍ଲେୟାର ଠାରେ ନୌସେନା ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ଅଛନ୍ତି। ବେସାମରିକ ପ୍ରଶାସନର ବରାଦ କ୍ରମେ ଭାରତୀୟ ସଶସ୍ତ୍ର ସେନାର ଆଠଟି ଉଦ୍ଧାରକାରୀ ଦଳ ଓ ତିନିଟି ଇଞ୍ଜିନିୟର ଟାସ୍କ ଫୋର୍ସ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । ସଶସ୍ତ୍ର ସେନା ସମ୍ଭାବ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡିକର ବେସାମରିକ ପ୍ରଶାସନିକ କଳ ସହ ଯୋଗାଯୋଗରେ ଅଛନ୍ତି । କୋଭିଡ-୧୯ ହସ୍‌ପିଟାଲଗୁଡିକୁ ଔଷଧପତ୍ର ଓ ଅମ୍ଳଜାନ ବିନା ବାଧାରେ ପହଂଚାଇବା ପାଇଁ ସଡକ ଓ ରେଳ ଯୋଗାଯୋଗ ନେଇ ମଧ୍ୟ ସଶସ୍ତ୍ର ସେନା ବେଶ୍ ଅବଗତ ଅଛନ୍ତି । ସେ ଦୃଷ୍ଟିରୁ ସଶସ୍ତ୍ର ସେନା ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ପ୍ରତିହତ କରିବା ସହ ଧନଜୀବନ ରକ୍ଷା ଓ ନାଗରିକମାନଙ୍କ ମନରେ ସାହାସ ସଂଚାର ପାଇଁ ପ୍ରସ୍ତୁତ ହୋଇରହିଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories