ଯାଜପୁର : ଯାଜପୁର ଜିଲା ପାଣିକୋଇଲିର ଆଳୁ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ସମ୍ପୃକ୍ତ ଥିବା ୬ ଜଣିଆ ଡ଼କାୟତ ଦଳକୁ ପୁଲିସ ଗିରଫ କରିଛି। ଗିରଫ କରିବା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ମିଳିଥିବା ଫୋନକୁ ଟ୍ରାକ କରି ପୁଲିସ ଏହି ଡ଼କାୟତମାନଙ୍କୁ ଧରିବାରେ ସଫଳ ହୋଇଛି। ଡ଼କାୟତଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ସହ ୧୮ ହଜାର ଟଙ୍କା, ୬ଟି ମୋବାଇଲ ଓ ୪ଟି ବାଇକ ମଧ୍ୟ ଜବତ କରିଛି। ଗତ ୧ ତାରିଖ ରାତିରେ ଏହି ଲୁଟ ହୋଇଥିଲା।
Popular Categories



