www.samajalive.in
Sunday, December 14, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳ

ଆରଡି:  ଗତ ୨ବର୍ଷର କରୋନା କଟକଣା  ପରେ ଚଳିତ ବର୍ଷ  ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳନ କରାଯିବ । ଆସନ୍ତା ଜୁନ ୪ରେ ମହା ଆଡମ୍ବର ସହ ପାଳନ ହେବ ଶିବବିବାହ । ଏଥିପାଇଁ  ପବିତ୍ର ଚନ୍ଦନପୂର୍ଣ୍ଣିମା ଓ ସୋମବାରରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅପରାହ୍ଣରେ ଅନୁଷ୍ଠିତ ହୋଇଥିଲା । ସୋମବାର ସକାଳୁ ମନ୍ଦିର ଦ୍ୱାରଫିଟା ନୀତି ସରିବା ପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିଲେ । ସେହିପରି କନ୍ୟାପିତା ଭାବେ  ବ୍ରହ୍ମପୁର ଜିଲ୍ଲା  ନିବାସୀ ଚନ୍ଦ୍ରଶେଖର ଦାଶ ଚୟନ ହୋଇଛନ୍ତି ।

ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ସୀମିତ ସେବାୟତଙ୍କ ଗହଣରେ ବିବାହ ସମ୍ପନ୍ନ କରାଯାଇଥିଲା । ହେଲେ  ଚଳିତବର୍ଷ ଭକ୍ତଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଚଳିତବର୍ଷ ବିବାହ    ଶୋଭାଯାତ୍ରାରେ ପୁଣି ପାରମ୍ପରିକ ଲୋକବାଦ୍ୟ ଦୁଲିକିବ ଆରଡିପୀଠ । ଲଗ୍ନ ଚିଟାଉ ଥାଳ ଉଠା ନୀତି ପାଇଁ  ସୋମବାର ବରପିତା ଦୁଷ୍ମନ୍ତ ପାଢୀ ନିଜର ଜ୍ଞାତିକୁଟୁମ୍ବ ସହ ବାଜା ରୋଷଣୀ ସହ ଏକ ଶୋଭାଯାତ୍ରାରେ କନ୍ୟାପିତା ଚନ୍ଦ୍ରଶେଖର ଦାଶଙ୍କ ପୁରୋହିତ ଚନ୍ଦ୍ରମଣି ପାଢୀଙ୍କ ଘରେ ପହଞ୍ଚିବେ । ସେଠାରେ ବୈଦିକ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ବାରା ଲଗ୍ନ ଚିଟାଉ ତାଳପତ୍ରରେ ଲେଖା ହେବା ପରେ ପଠନ କରାଯାଇଥିଲା ।

- Advertisement -

ଏପରିକି ବିବାହ ବେଦିରେ ଯୌତୁକ ବାବଦକୁ ହରଙ୍କୁ କନ୍ୟାପିତା ୨ହଳ ନାଗନାଗୁଣୀ  ସହ ୨ହଳ ବୃଷଭ, ୨ଏକର ଶଶ୍ମାନ ଜମି ଓ ନଗଦ ୫୦୧ଟଙ୍କା ଦେବା ପାଇଁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ । ପରେ ଲଗ୍ନଥାଳ ବରପିତାଙ୍କୁ ଟେକି ଦେଇଥିଲେ।  ଏହି ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଓ  ଲୋକାଚାରରେ ଅନୁଷ୍ଠିତ  ହେଉଥିବାରୁ ଆଜି ଦେବଦେବ ମହାଦେବ ମଣିବାବାଙ୍କର ମାନବୀୟ ଭାବେ ଲଗ୍ନ ସରିବା ପରେ , ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲ୍ଲାର ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାର୍ଟ୍ୟକ୍ରମ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories