www.samajalive.in
Tuesday, December 9, 2025
16.1 C
Bhubaneswar

ବୈତରଣୀକୁ ଧସିଲା ୨ ଶହ ଫୁଟର ସୁରକ୍ଷାବନ୍ଧ

ଆରଡି : ଗତ ୩ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା  ଜାରି ରହିଛି।  ଧାମରା ନିକଟରେ ଅଶାନ୍ତ ସମୁଦ୍ରରୁ ଉଠୁଥିବା ଉଚ୍ଚ ଜୁଆର ଯୋଗୁଁ  ବୈତରଣୀ ଓ ସାଳନ୍ଦୀ ନଦୀ ଜଳସ୍ତର ବଢିବାରେ ଲାଗିଛି । ଉଚ୍ଚ ଜୁଆର ପାଣିରେ ବୈତରଣୀ ନଦୀ ବୋଡକ ଓ ସାଠିବାଙ୍କୁଡା ନିକଟରେ କୂଳ ଲଂଘିବା ଫଳରେ ସୁରକ୍ଷାବନ୍ଧ ପ୍ରାୟ ୨ ଶହ ଫୁଟର ମାଟି ଅତଡା ନଦୀ ଗର୍ଭକୁ ଚାଲିଯାଇଛି। ଏପରିକି ଜୁଆର ଢେଉ ଓ ବର୍ଷା ସମୟରେ କୂଳରୁ ଅତଡା ଖସୁଥିବାରୁ ବୈତରଣୀକୂଳ ଦେଇ ଯାଇଥିବା ଆଖଣ୍ଡଳମଣି,  କୁଆଖିଆ ୨୦ନଂ ଜାତୀୟ ରାଜପଥ ବୋଡକ ଗାଁ ନିକଟରେ ୨ ଫୁଟ ଦବିଯିବା ସହ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି। ଯାହାଫଳରେ ଯାତାୟାତରେ ନାନା ଅସୁବିଧା ଦେଖା ଦେଇଛି। ଆଗକୁ ଯଦି ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦିଏ ତାହାଲେ ଉକ୍ତ ରାସ୍ତା ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି କରିଛି। ପୂର୍ବରୁ ଉକ୍ତ ସ୍ଥାନରେ ବାରମ୍ବାର ରାସ୍ତାଟି ନଦୀକୁ ଧସୁଥିଲେ ମଧ୍ୟ ଜଳସେଚନ ବିଭାଗ କିମ୍ବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି  କରାଯାଉନି। ଯାହାଫଳରେ ବର୍ଷାଦିନେ ଗାଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories