ଶହଶହ ଏକର ସମ୍ପତ୍ତିର ମାଲିକ ଆଖଣ୍ଡଳମଣି ହେବେ ଭୂମୀ ହିନ!

0

ଆରଡି : ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଆରଡିଧାମର ବିଜେ ଆଖଣ୍ଡଳମଣିଙ୍କ ନାଁରେ ଥିବା ପୀଠ ସମେତ ଭଦ୍ରକ ଓ ପଡୋଶୀ ଜିଲା କେନ୍ଦ୍ରପଡା, ଯାଜପୁର ଆଦି ଅଞ୍ଚଳରେ ଶହଶହ ଏକର ସମ୍ପତ୍ତି ରହିଥିଲେ ମଧ୍ୟ ପ୍ରଶାସନର ଅଣଦେଖା ଯୋଗୁ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଯୋଗୁ ଏବେ ମଣିବାବା ଭୂମୀ ହିନ ହେବାକୁ ବସିଛନ୍ତି। ଫଳରେ ଆଗକୁ ଅର୍ଥାଭାବ ଦେଖାଦେବା ସହିତ ମଣିବାବାଙ୍କର ଦୈନଦିନ ସେବାପୂଜା ଓ ନୀତିକାନ୍ତି ବନ୍ଦ ହେବ ବୋଲି ବୁଦ୍ଧିଜିବୀଙ୍କ ମହଲରେ ଚର୍ଚ୍ଚା ହେଉଛି। ମଣିବାବାଙ୍କ ନାଁରେ ଥିବା ଶତାଧିକ ଏକର ଭୂସମ୍ପତ୍ତିର ସୁରକ୍ଷା ପାଇଁ ୧୯୮୫ ମସିହାରେ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଜଣେ ଦକ୍ଷ ଅଫିସରଙ୍କୁ କାର୍ଯ୍ୟନୀର୍ବାହି ଅଧିକାରୀ ଭାବେ ଦାୟୀତ୍ୱ ଭାର ଦିଆଯାଇଥିଲା। ଏପରିକି ମଣିବାବଙ୍କ କୋଠରେ ଗଛିତ ଥିବା ସ୍ୱଣ୍ଣ ଅଳଙ୍କାର ସମେତ ଟଙ୍କା ଓ ସମସ୍ତ ଆସବାପତ୍ରର ସଠିକ ହିସାବ ରଖିବା, ମନ୍ଦିରକୁ ସୁପରିଚାଳନା କରିବା, ନୀତିକାନ୍ତି ଉପରେ ନଜର ରଖିବା ପାଇଁ ଗୁରୁ ଦାୟୀତ୍ୱ ଭାର ଦିଆଯାଇଥିଲା। ହେଲେ ଉକ୍ତ ଅଫିସର ମନ୍ଦିର ଟ୍ରଷ୍ଟବୋର୍ଡଙ୍କ ସହ ଅସାଧୁ ମଣ୍ଟ ରଖି ରକ୍ଷକ ବଦଳେ ଭକ୍ଷକ ସାଜିଥିଲେ। ଏପରିକି ଜୈନିକ ନିର୍ବାହୀ ଅଧିକାରୀ ମନ୍ଦିର କୋଠରୁ ମିଳିମିଶି କିଲୋକିଲୋ ଓଜନର ସ୍ୱଣ୍ଣାଳଙ୍କାର ଗାଏବ କରିବା, ବିଭିନ୍ନ ଆଳରେ ମନ୍ଦିର କୋଠରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ଆଦି ଦେବୋତ୍ତର ବିଭାଗର ନଜରକୁ ଆସିବା ପରେ ଉକ୍ତ ଅଧିକାରୀଙ୍କ ବିରୋଧରେ ମକଦମା ଋଜୁ କରିବା ସହ କାର୍ଯ୍ୟଭାରରୁ ବହିସ୍କାର କରିଥିଲେ। ଯାହା ଏବେ ଓଡିଶା ଉଚ୍ଚ ନ୍ୟାୟଳୟରେ ବିଚାରଧିନ ରହିଛି। ଏବେ ଦାୟୀତ୍ୱରେ ଥିବା ଅଧିକାରୀ ମଣିବାବାଙ୍କର ଥିବା ଶହଶହ ଏକର ସମ୍ପତ୍ତିକୁ ଠିକ ଭାବରେ ସୁରକ୍ଷା ଦେଉନଥିବାରୁ ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରିବାରେ ଲାଗିଛନ୍ତି। ଏପରିସ୍ଥଳେ କିପରି ଭାବେ କୋଠରେ ଗଛିତ ଥିବା ସ୍ୱଣ୍ଣାଳଙ୍କ ଓ ଟଙ୍କା ସମେତ ଭୂସମ୍ପତ୍ତିକୁ ସୁରକ୍ଷା ଦିଆଯିବ ତାହା ଭକ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

prayash

ସୂଚନା ଅନୁଯାୟୀ, ଆରଡିପୀଠରେ ଥିବା ଧର୍ମଶାଳା ପଡିଆ ଠାରୁ ଭାଟିଆପଦା, ଶୀତଳପୁର ରାସ୍ତା ଠାରୁ ବଟମଙ୍ଗଳା, ଶିବଗଙ୍ଗା ପୁଷ୍କରଣୀ ଚତୁପାର୍ଶ୍ବ, ମନ୍ଦିର ବେଢା ଚତୁପାର୍ଶ୍ବ, ଶିବମାହାରା ନାଳର ଉଭୟ ପାର୍ଶ୍ବରେ ଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଏବେ ବହୁ ପ୍ରଭାବଶାଳୀଙ୍କ ଦଖଲରେ। ସେହିପରି ଚାନ୍ଦବାଲି, ପାଞ୍ଚପଡା, ସମେତ କେନ୍ଦ୍ରାପଡା , ରାଜକନିକା, ପେଣ୍ଠ, ପଟ୍ଟାମୁଣ୍ଡାଇ ବ୍ଲକ ଓ ରାଜସ୍ୱ ଗାଁରେ ଥିବା ଶହଶହ ଏକର ସମ୍ପତ୍ତି ମଧ୍ୟରୁ ପ୍ରତିବର୍ଷ କମିବାରେ ଲାଗିଛି। ଏପରିକି ଜମିରୁ ଆସୁଥିବା ରାଜସ୍ୱ ବାବଦରେ ବାର୍ଷିକ ଆୟ ପୂର୍ବ ଅପେକ୍ଷା କମିବାରେ ମଧ୍ୟ ଲାଗିଛି। ଯାହାର ସିଧାସଳଖ ମନ୍ଦିରରର ସେବାପୂଜା ଓ ନୀତିକାନ୍ତି ଉପରେ ପ୍ରଭାବ ପକାଇବ ବୋଲି ମନ୍ଦିରର ପୁରୁଖା ସେବାୟତମାନେ ପ୍ରକାଶ କରିଛନ୍ତି। ଏପରି ଜବରଦଖଲ ଉଛେଦ୍ୟ ବାବଦରେ ବିଭିନ୍ନ ମହଲରେ ପ୍ରଶାସନ ନିକଟରେ ଦାବି ହେଉଥିଲେ ମଧ୍ୟ ଦୀର୍ଘ ୪ବର୍ଷ ହେବ ଊଛ୍ୟେଦ ପ୍ରକ୍ରିୟା କେବଳ କାଗଜକଲମରେ ସୀମିତ ହୋଇ ରହିଯାଇଛି। ଗତକିଛିମାସ ହେବ ମନ୍ଦିର ପୁଷ୍ପ ଉଦ୍ୟାନ ନିକଟସ୍ଥ ଭୂସମ୍ପତ୍ତି ସମେତ ଭାଟିଆପଦା ନିକଟରେ ଥିବା ସମ୍ପିତ୍ତି ଗୁଡିକୁ କେତେକ ପ୍ରଭାବଶାଳି ବ୍ୟକ୍ତି ବାଡ ବସାଇବା ସହ ଘର ନିର୍ମାଣ କରୁଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ଶୁଣି ଚୁପ ବସିବା ସାଧରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି। ସେହିପରି ଭାଟିଆପଦା ଠାରୁ ବାଟମଙ୍ଗଳା ପର୍ଯ୍ୟନ୍ତ ଥିବା କୋଟିକୋଟି ଟଙ୍କାର ସମ୍ପତ୍ତିର ରକ୍ଷଣାବେକ୍ଷଣା ଅଭାବରୁ ଏବେ ଜବରଦଖଲକାରିଙ୍କ କବଜ୍ଜାକୁ ଚାଲିଯିବାକୁ ବସିଛି। ଏପରି ଘଟଣା ସର୍ମ୍ପକରେ ମନ୍ଦିର ପରିଚାଳନା କମିଟିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ମଣିବାବାଙ୍କ ଭୂସମ୍ପତ୍ତି ସୁରକ୍ଷା ଦିଗରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନଜର ରଖାଯାଇଛି ତୁରନ୍ତ ଜବରଦଖଲକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଉଛ୍ୟେଦ ପ୍ରକିୟା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ହେଲେ ଏପଟେ ସ୍ଥାନୀୟ ଅଞ୍ଚଳବାସୀ ପରିଚାକଙ୍କ ପ୍ରତିକ୍ରିୟାକୁ ଖଣ୍ଡନ କରିବା ସହ ପ୍ରଶାସନ ବାରମ୍ବାର ଏପରି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କୈାଣସି କାର୍ଯ୍ୟକାରୀ କରାଯାଉ ନାହିଁ।

Leave A Reply