www.samajalive.in
Saturday, December 13, 2025
26.1 C
Bhubaneswar

ଆପ୍‌ ବିଧାୟକ ପ୍ରକାଶ ଜରୱାଲଙ୍କୁ ଜାମିନ୍‌

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଗିରଫ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ପ୍ରକାଶ ଜରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଜାମିନ୍‌ ପ୍ରଦାନ କରିଛନ୍ତି । ଫେବୃଆରୀ ୧୯ରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆକ୍ରମଣ କରାଯାଇଥିଲ । ଏହି ମାମଲାରେ ଫେବୃଆରୀ ୨୧ରେ ଆପ ବିଧାୟକ ଅମାନତୁଲ୍ଲା ଖାନ ଏବଂ ପ୍ରକାଶ ଜରୱାଲଙ୍କୁ ଗିରଫ କରାଯାଇଥିଲା । ପ୍ରକାଶ ଯେ ବୁଧବାର ଦିଲ୍ଲୀର ଏକ କୋର୍ଟ ଅମାନତୁଲ୍ଲା ଏବଂ ପ୍ରକାଶ ଜରୱାଲଙ୍କ ହାଜତ ମିଆଦିକୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ବଢାଇ ଦେଇଥିଲେ । ତେବେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପ୍ରକାଶ ଜରୱାଲଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଅମାନତୁଲ୍ଲାଙ୍କ ଜାମିନ୍‌ ଆବେଦନର ଶୁଣାଣି ମାର୍ଚ୍ଚ ୧୨ରେ ହେବ । ଉଲ୍ଲେଖ ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଫେବୃଆରୀ ୧୯ର ବିଳମ୍ବିତ ରାତିରେ ଅନୁଷ୍ଠିତ ବୈଠକରେ ଜରୱାଲ ଏବଂ ଅମାନତୁଲ୍ଲା ଦିଲ୍ଲୀ ମୁଖ୍ୟଶାସନ ସଚିବଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆପର ଆଉ ୨ ବିଧାୟଙ୍କୁ ସାମିଲ କରାଯାଇ ଜେରା କରାଯାଇଛି । ଆପ ବିଧାୟକ ପ୍ରବୀଣ କୁମାରଙ୍କୁ ଦିଲ୍ଲୀ ପୁଲିସ୍‌ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିଥିବା ସୂଚନା ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories