ଭୁବନେଶ୍ୱର: ବୃହତ ବିଜୟ ପରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ। ଉଭୟ ପଦଯାତ୍ରା କରି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥିଲେ। ଭୁବନେଶ୍ୱର ଲୋକସଭା ଆସନରେ ଦ୍ୱିତୀୟ ଥର ବାଜି ମାରିଛନ୍ତି ଅପରାଜିତା। ବିଜୟର ସାର୍ଟିଫିକେଟ ଜିଲ୍ଲାପାଳଙ୍କଠାରୁ ପାଇବା ପରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏହାକୁ ରଖି ଦଣ୍ଡବତ କରିଥିଲେ। ଏହି ବିଜୟର ଶ୍ରେୟ ସେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦେବା ସହ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Popular Categories



