www.samajalive.in
Monday, December 8, 2025
24.1 C
Bhubaneswar

ଅନୁ ମଲ୍ଲିକଙ୍କ ନାଁରେ ଧୂନ୍‌ ଚୋରି ଅଭିଯୋଗ, ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା

ମୁମ୍ବଇ: ବଲିଉଡର ଲୋକପ୍ରିୟ ସଙ୍ଗୀତକାର ତଥା ଗାୟକ ଅନୁ ମଲ୍ଲିକଙ୍କ ନାଁରେ ଆସିଛି ଧୂନ୍ ଚୋରି ଅଭିଯୋଗ। ଏହି ଅଭିଯୋଗ ଆଉ କେହି ନୁହେଁ ବରଂ ସାମାଜିକ ଗଣମାଧ୍ୟମ ୟୁଜର ଆଣିଛନ୍ତି। ଅନୁ ମଲ୍ଲିକଙ୍କ ବିରୋଧରେ ଇସ୍ରାଇଲର ଜାତୀୟ ସଙ୍ଗୀତର ଧୂନ୍ ଚୋରି କରିଥିବା ଅଭିଯୋଗ ଆଣିଛନ୍ତି ୟୁଜର। କେବଳ ସେତିକି ନୁହେଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ୍‌ ସମାଲୋଚନା ମଧ୍ୟ କରାଯାଇଛି।

ନିକଟରେ ଟୋକିଓ ଅଲିମ୍ପିକରେ ଇସ୍ରାଏଲର ଜିମ୍ନାଷ୍ଟ ଡୋଲ୍‌ଗୋପୟାତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ଗଳାରେ ସ୍ବର୍ଣ୍ଣ ପଦକ ପିନ୍ଧାଇବା ବେଳେ ଇସ୍ରାଏଲର ଜାତୀୟ ସଙ୍ଗୀତ ବାଜିଥିଲା। ସେତେବେଳେ ୟୁଜର୍ସଙ୍କ ଧ୍ୟାନ ତା’ଉପରକୁ ଯାଇଥିଲା। କାରଣ ଏହାର ସ୍ବର ୧୯୯୬ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦିଲଜଲେ’ର ଗୀତ ‘ମେରା ମୁଲ୍କ ମେରା ଦେଶ ହୈ’ର ସ୍ବର ସହ ସମ୍ପୂର୍ଣ୍ଣ ମିଶୁଥିଲା। ଏହି ଧୂନ୍କୁ ନେଇ ୟୁଜର୍ସମାନେ ଅନୁ ମଲ୍ଲିକଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଅନୁ ମଲ୍ଲିକ ଇସ୍ରାଏଲର ଜାତୀୟ ସଙ୍ଗୀତରୁ ‘ଦିଲଜଲେ’ର ଗୀତ ତିଆରି କରିଛନ୍ତି। ଇସ୍ରାଏଲର ଜାତୀୟ ସଙ୍ଗୀତ ଏବଂ ‘ଦିଲଜଲେ’ରେ ଅନୁ ମଲ୍ଲିକଙ୍କ ଗୀତ ‘ମେରା ମୁଲ୍କ ମେରା ଦେଶ’ ଉଭୟଙ୍କର ସମାନ ସ୍ୱର ରହିଛି। ଅନୁ ମଲ୍ଲିକଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ଏବେ ତାଙ୍କ ନାମ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

- Advertisement -

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅନୁ ମଲ୍ଲିକ ବହୁ ବିବାଦରେ ଫସିଛନ୍ତି। ତାଙ୍କ ନାଁରେ ଧୂନ୍ ଚୋରି କରିବା ଠାରୁ ଆରମ୍ଭ କରି ‘ମିଠୁ’ ଭଳି ଅଭିଯୋଗ ମଧ୍ୟ ଆସି ସାରିଛି।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories