www.samajalive.in
Thursday, December 11, 2025
15.1 C
Bhubaneswar

ସେବକଙ୍କ ଆଣ୍ଟିବଡି ପରୀକ୍ଷା କରାଯିବ

ପୁରୀ : ଜୁଲାଇ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସେବକଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ପରୀକ୍ଷା କରାଯିବ। ସେମାନଙ୍କ ଆଣ୍ଟିବଡି ସ୍ଥିତି ଜାଣିବା ପାଇଁ ୧୫ରୁ ସେରୋଲୋଜି ପରୀକ୍ଷା କରାଯିବାକୁ ସୋମବାର ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। କରୋନା ସଂକ୍ରମିତଙ୍କ ଶବସତ୍କାର ପାଇଁ ଷ୍ଟର୍ଲିଂ ରିସର୍ଟ ପାଖ ମଙ୍ଗଳାନଦୀ ଅପରପାର୍ଶ୍ବରେ ସ୍ଥାନ ଚିହ୍ନଟ କରାଯାଇଛି। ରଥଯାତ୍ରା ପୂର୍ବରୁ ୨୫୯୦ ସେବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ସେମାନଙ୍କ କୋଭିଡ ପରୀକ୍ଷା ହୋଇଥିଲା। କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ୧୮୫୭ଜଣଙ୍କଠାରୁ ୩ଲକ୍ଷ ୯୩ହଜାର ୧୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପୁରୀ ସହରର ୮୧୧୨ ଲୋକଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୩ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି। ଆଗାମୀ ଦିନରେ ପୁରୀ ସହରରେ କୋଭିଡ କଟକଣା ଅଧିକ କଡାକଡି କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ସୁଦ୍ଧିକ୍ରିୟା ସ୍ନାନ ବର୍ତ୍ତମାନ ପାଇଁ ବନ୍ଦ ନିମନ୍ତେ ବୈଠକରେ ସ୍ଥିର କରାଯାଇଛି। କରୋନା ପ୍ରତିଷେଧକ କାର୍ଯ୍ୟରେ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ଜିଲା ପ୍ରଶାସନ। ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡ ପାଇଁ କମିଟି ଗଠନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ସେଥିରେ ଏଏନଏମ୍‌, ଆଶାକର୍ମୀ, ସ୍ବଚ୍ଛସାଥୀ, ମହିଳା ଆରୋଗ୍ୟ ସମିତି ଏବଂ ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସାମିଲ କରାଯାଇଛି। ସାମାଜିକ ଦୂରତ୍ବ କଟକଣା ଏବଂ ମାସ୍କ ବ୍ୟବହାର ସମ୍ପର୍କରେ ଯାଞ୍ଚ ନିମନ୍ତେ ୫ଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଥିବା ଜିଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ସହରର ୯ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ବୈଠକରେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories