www.samajalive.in
Wednesday, December 10, 2025
26.1 C
Bhubaneswar

ଆଇପିଏଲ୍‌ ଆୟୋଜନ ଦୌଡ଼ରେ ନ୍ୟୁଜିଲାଣ୍ଡ ସାମିଲ

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଭାରତରେ ଆୟୋଜିତ ହେବା ସମ୍ଭାବନା କମ୍‌ ରହିଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜନ ପାଇଁ ୟୁଏଇ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପ୍ରସ୍ତାବ ଦେଇଥିଲେ। ଇତିମଧ୍ୟରେ ଏହି ତାଲିକାରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ସାମିଲ ହୋଇଥିବା ଜଣାପଡ଼ିଛି।
ନ୍ୟୁଜିଲାଣ୍ଡରେ ଆଇପିଏଲ୍‌ ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ ବିସିସିଆଇକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଆସନ୍ତା ସେପ୍ଟେମ୍ବର ଶେଷ ବେଳକୁ ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ଯୋଜନା ରଖିଛି। ଭାରତରେ ଆଇପିଏଲ୍ ଆୟୋଜନ ବିସିସିଆଇର ପ୍ରାଥମିକତା। ତେବେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଯଦି ଭାରତରେ ଆଇପିଏଲ୍‌ ଆୟୋଜିତ ନ ହୁଏ ତେବେ ବିଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପୂର୍ବରୁ ଆଇପିଏଲ୍‌ ଆୟୋଜନ ପାଇଁ ୟୁଏଇ ଓ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ପ୍ରସ୍ତାବ ଦେଇଥିବା ବେଳେ ଏଥିରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ସାମିଲ ହୋଇଛି। ଖୁବ୍‌ଶୀଘ୍ର ବିସିସିଆଇ ପଦାଧିକାରୀ, ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ସଦସ୍ୟ, ବିଭିନ୍ନ ଦଳରେ ପଦାଧିକାରୀ ଓ ପ୍ରସାରଣକାରୀ ସଂସ୍ଥା ଅଧିକାରୀଙ୍କୁ ନେଇ ଏକ ବୈଠକ ହେବ। ଏହାପରେ ଆଇପିଏଲ୍‌ କେବେ ଓ କେଉଁ ଠାରେ ଆୟୋଜିତ ହେବ ସେ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ। ଖେଳାଳିଙ୍କ ସୁରକ୍ଷାକୁ ବିସିସିଆଇ ପ୍ରାଥମିକତା ଦେଉଛି ଏବଂ ଆଇପିଏଲ୍‌ ଆୟୋଜନ ସମୟରେ ଏହାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories