ଆନ୍ତଃ ଜିଲା ମ୍ୟାଲେରିଆ ନିରାକରଣ ଆଲୋଚନାଚକ୍ର

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୁନ୍ଦରଗଡ, ଦେବଗଡ଼ ,ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ଆଦିର ପ୍ରତିନିଧି ମାନଙ୍କୁ ନେଇ ଆନ୍ତଃ ଜିଲ୍ଲା ମ୍ୟାଲେରିଆ ନିବାରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରାଜ୍ୟ ସ୍ତରରୁ ଏଡି ଏନଭିବିଡ଼ିସିପି ଓଡ଼ିଶାର ଡାକ୍ତର ପ୍ରଭାକର ସାହୁ,ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ସୁଧାଂଶୁ ଶେଖର ବଳ, କେନ୍ଦୁଝର ଜିଲ୍ଲା ମ୍ୟାଲେରିଆ ମୁଖ୍ୟ ଡାକ୍ତର ବସନ୍ତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ୮ଟି ଜିଲାରୁ ଆସିଥିବା ସମସ୍ତ ଏଡିପିଏଚଓ(ଭିବିଡ଼ି) ,ଭିବିଡ଼ି ପରାମର୍ଶ ଦାତା ପ୍ରମୁଖ ଯୋଗଦେଇ ନିଜ ଜିଲ୍ଲା ଓ ପଡୋଶୀ ଜିଲ୍ଲା ମଧ୍ୟରେ ସମନ୍ୱୟ ସ୍ଥାପନ କରାଯାଇ ମ୍ୟାଲେରିଆ ନିରାକରଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ଓ ମତାମତ ରଖିଥିଲେ। ଜିଲ୍ଲାର ଭିବିଡ଼ି ପରାମର୍ଶ ଦାତା ବଳଦେବ ନନ୍ଦ କର୍ମଶାଳାରେ ଯୋଗଦାନ ପାଇଁ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.