କାବୁଲରୁ ସ୍ଥାନାନ୍ତରିତ ୮୭ ଜଣ ଭାରତୀୟଙ୍କ ସହ ଏକ ଏୟାର ଇଣ୍ଡିଆର ଏକ ବିମାନ ଶନିବାର ତାଜିକିସ୍ତାନରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସେମାନଙ୍କ ମଧ୍ୟରେ ଦୁଇ ନେପାଳ ନାଗରିକ ଅଛନ୍ତି ଯେଉଁମାନଙ୍କୁ କାବୁଲରୁ ଅଣାଯାଇଥିଲା। ଯାତ୍ରୀମାନଙ୍କୁ ପୂର୍ବରୁ ଭାରତୀୟ ବାୟୁସେନା ବିମାନ ଦ୍ୱାରା କାବୁଲରୁ ସ୍ଥାନାନ୍ତର କରାଯାଇଥିଲା।
ଏୟାର ଇଣ୍ଡିଆ ବିମାନ ଭିତରେ ଥିବା ଯାତ୍ରୀମାନେ ଖୁସିରେ ଆତ୍ମହରା ହୋଇ “ଭାରତ ମାତା କି ଜୟ” ଧ୍ୱନି ଦେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ଘରକୁ ଅଣାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି। ସେ ଟୁଇଟ୍ କରି କହିଛନ୍ତି ଯେ ଭାରତୀୟମାନେ ଖୁସିରେ ଭାରତ ମାତା କି ଜୟ ଧ୍ୱନି ଦେଉଛନ୍ତି।



