www.samajalive.in
Saturday, December 6, 2025
26.1 C
Bhubaneswar

ଆଉ ୩୩୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ​୩୩୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୩, କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ବରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨ ଏବଂ ରାୟଗଡାରୁ ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଜଣ ଲେଖାଏଁ, ଅନୁଗୋଳରୁ ୯୧, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ୯୦ ଜଣ ଲେଖାଏଁ, ବଲାଙ୍ଗୀରରୁ ୮୦, ନବରଙ୍ଗପୁର ଓ ସୁନ୍ଦରଗଡରୁ ୭୦ ଜଣ ଲେଖାଏଁ, ଝାରସୁଗୁଡାରୁ ୬୮, କେନ୍ଦ୍ରାପଡା ଓ  କୋରାପୁଟରୁ ୬୪ ଜଣ ଲେଖାଏଁ, କେନ୍ଦୁଝରରୁ ୫୧, କନ୍ଧମାଳରୁ ୪୫, ନୂଆପଡାରୁ ୪୦, କଳାହାଣ୍ଡିରୁ ୩୯ ଏବଂ ଗଜପତିରୁ ୨୯ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ବୌଦ୍ଧରୁ ୨୭,  ମାଲକାନଗିରିରୁ ୨୫, ଦେବଗଡ଼ରୁ ୧୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ  ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪କୁ ବୃଦ୍ଧି ପାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories