ପୁରୀ : ରଥ ଖଳାରୁ ଶନିବାର ଆଉ ଦୁଇ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହାରଣା ଓ ଜଣେ ଭୋଇ ସେବାୟତ ଅିଛନ୍ତି। ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ମହାରଣା ଓ ଭୋଇ ସେବକ ରଥ କାମ କରୁନଥିଲେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ସୂଚନାଯୋଗ୍ୟ, ରଥ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କୁ ମଧ୍ୟରୁ ଆଜିକୁ ମିଶାଇ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ପ୍ରଥମ ପର୍ଯ୍ୟାୟରେ ୮ ଜଣ, ଗତକାଲି ୧୦ ଜଣ ଓ ଆଜି ଦୁଇ ଜଣ ସେବାୟତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ଼୍ ଯତ୍ନ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି।
ପୁଣି ଦୁଇ ସେବାୟତ ପଜିଟିଭ୍ : ୨୦ କରୋନା ଆକ୍ରାନ୍ତ ଚିହ୍ନଟ
Popular Categories



