www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବଲପୁରରେ ଆରମ୍ଭ ହେବ ଆଉ ଗୋଟିଏ କୋଭିଡ ଡାକ୍ତରଖାନା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

ସମ୍ବଲପୁର : ସମ୍ବଲପୁର ସହରରେ  ଆଉ ଏକ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଆରମ୍ଭ ହେବ। ଏହି ଡାକ୍ତରଖାନାକୁ ବିକାଶ ଗ୍ରୁପ ପରିଚାଳନା କରିବ। ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ରହିବ। ଏହି ମେଡିକାଲରେ ୮୦ଟି ଏଚଡିୟୁ ସହ ୨୦ଟି ଆଇସିୟୁ ଏବଂ ୧୦ଟି ଭେଣ୍ଟିଲେଟର ରହିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସମ୍ବଲପୁରରେ ଏକ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି। ଏହି ବୈଠକରେ ସମ୍ବଲପୁର ଜ଼ିଲ୍ଲାପାଳ ଶୁଭମ ସକ୍ସେନାଙ୍କ ସମେତ ପ୍ରଶାସନର ସମସ୍ତ ଅଧିକାରୀ, ବିକାଶ ଗ୍ରୁପର କର୍ମକର୍ତ୍ତା, ସମ୍ବଲପୁର କୋଭିଡ ନୋଡାଲ ଅଧିକାରୀ ଉପସ୍ଥିତ ରହିଥିଲେ।

ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ରହୁଛନ୍ତି। ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ସେହିପରି କଳା କବକ (ବ୍ଲାକ ଫଙ୍ଗସ)କୁ ନେଇ କହିଛନ୍ତି ଏପର୍ୟ୍ୟନ୍ତ ଓଡ଼ିଶାରେ ୨୫ ଜଣ କଳା କବକ ରୋଗୀ ଚିହ୍ନଟ ହୋଇଛନ୍ତି ଆଉ ସେଥି ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। କଳା କବକ ପାଇଁ ଔଷଧ କେବଳ କେନ୍ଦ୍ର ଅଧିନରେ ରହିଛି। ଓଡ଼ିଶାକୁ କେବଳ କେନ୍ଦ୍ର ୧୦୦ଟି ଭାଲବ ଦେଇଥିଲେ। ଆଉ ଔଷଧ ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories