www.samajalive.in
Wednesday, December 10, 2025
14.1 C
Bhubaneswar

ହାଇକୋର୍ଟରେ ଅଞ୍ଜନା ମିଶ୍ରଙ୍କ ଆବେଦନର ଶୁଣାଣିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

କଟକ : ହାଇକୋର୍ଟରେ ଅଞ୍ଜନା ମିଶ୍ରଙ୍କ ଆବେଦନର ଶୁଣାଣିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଅଞ୍ଜନା ମିଶ୍ରଙ୍କ ଆବେଦନର ଶୁଣାଣି ସମୟରେ ସିବିଆଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଦୁଷ୍କର୍ମ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବଶ୍ବାଳକୁ ଗିରଫ କରାଯାଇଛି। ପୂର୍ବରୁ ଦୁଇ ଅଭିଯୁକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଫେରାର ଅଭିଯୁକ୍ତର ଗିରଫଦାରୀ ହୋଇଥିବା ପ୍ରସଂଗକୁ ବିଚାରକୁ ନେଇ ଖଣ୍ଡପୀଠ ମାମଲାର ଶୁଣାଣିରେ ଅନ୍ତ ଘଟାଇଥିଲେ। ୧୯୯‌୯ରେ ଅଞ୍ଜନା ମିଶ୍ରଙ୍କ ସହିତ ଦୁଷ୍କର୍ମ ଘଟଣାରେ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆକୁ ଗିରଫ କରାଯାଇଥିଲା। ୨୦୦୨, ଏପ୍ରିଲ ୨୯ରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ମାମଲାର ରାୟ ପ୍ରକାଶ କରି ପଦିଆ ଓ ଟୁନିଆକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ୨୦୦୨ରେ ଅଞ୍ଜନା ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ତଦନ୍ତ ପ୍ରକ୍ରିୟା‌ରେ ଶିଥିଳତା ନେଇ ଅଭିଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତର ଗିରଫ ସହିତ ଘଟଣା ପଛରେ ଥିବା ଷଡଯନ୍ତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲା ରୁଜୁ ହୋଇଥିଲା। ମାମଲାରେ ହାଇକୋର୍ଟ ସିବିଆଇକୁ ନୋଟିସ୍ ଜାରି କରିଥିଲେ। ୨୦୧୯ରେ ଶେଷ ଥର ଏହି ମାମଲ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ୨୦୧୯, ନଭେମ୍ବର ୧୮ରେ ମାମଲାର ଶୁଣାଣି ସମୟରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ତରଫରୁ ଅଧିକ ସମୟ ନିଆଯାଇଥିଲା। ଏହାପରେ ୨୦୧୯, ଡିସେମ୍ବର ୧୬କୁ ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories