www.samajalive.in
Monday, December 8, 2025
14.1 C
Bhubaneswar

ବଳଦଟଣା ଚିନାବାଦାମ ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଏବଂ  ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପର ମିଳିତ ଉଦ୍ୟମରେ ପୁରୀ ଜିଲା ଅନ୍ତର୍ଗତ କଣାସ ବ୍ଲକର ଗଡ଼ବଡ଼ପୁଟ ଗ୍ରାମଠାରେ ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ପ୍ରକାରର ବଳଦ ଟଣା ଯନ୍ତ୍ର ତଥା ଚିନାବାଦାମ ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପରୀକ୍ଷଣ ଅନୁ​ଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର  ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଓ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯାନ୍ତ୍ରିକ ବୈଜ୍ଞାନିକ ଡଃ ଦୀପଶିକା ପରମଜୀତା ଉପସ୍ଥିତ ରହି ଚାଷୀ ମାନଙ୍କୁ ଧାଡିରେ ଚିନାବାଦାମ ବୁଣିବା ପାଇଁ ଏକ ଧାଡ଼ିଆ, ଚାରି ଧାଡ଼ିଆ ଓ ପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ବୁଣା ଯନ୍ତ୍ର ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।
ସାଧାରଣତଃ ଚାଷୀମାନେ ବଳଦ ଟଣା ଦେଶୀ ଲଙ୍ଗଳର ସିଆରରେ (ଚାରି ଜଣ ଲୋକ) ନଇଁ ନଇଁ ମଂଜି ବୁଣିଥାନ୍ତି ଯେଉଁଥିରେ ଅଧିକ ଖର୍ଚ, ପରିଶ୍ରମ ଓ ସମୟ ଲାଗିଥାଏ। ତେବେ ଧାଡି ବୁଣା ପାଇଁ ବଳଦ ଟଣା ମଂଜିବୁଣା ଯନ୍ତ୍ର ସାହାଯ୍ୟରେ ବେଶ ଅଳ୍ପ ସମୟରେ, ଅଳ୍ପ ଖର୍ଚରେ ଓ ଅଳ୍ପ ପରିଶ୍ରମରେ ମଞ୍ଜିକୁ ମଞ୍ଜି ତଥା ଧାଡିକୁ ଧାଡି ଆବଶ୍ୟକୀୟ ବ୍ୟବଧାନରେ ଚିନାବାଦାମ ମଞ୍ଜି ବୁଣାଯାଇପାରୁଛି। କ୍ଷେତ୍ର ପରୀକ୍ଷଣ ସମୟରେ ଉପସ୍ଥିତ ଚାଷୀ ଭାଇମାନେ ଏହି ସବୁ ଯନ୍ତ୍ର ଗୁଡିକର ଚାଳନା, ନିୟନ୍ତ୍ରଣ ଓ ମରାମତି ସମ୍ବନ୍ଧରେ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ । ସମ୍ପ୍ରତି ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ ତରଫରୁ ଏହି ଯନ୍ତ୍ର ଗୁଡିକର ଆଗ ଧାଡିର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଚିନାବାଦାମ ଚାଷରେ କୃଷି ଯାନ୍ତ୍ରିକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ଆଖପାଖ ଅଂଚଳରୁ ଶତାଧିକ ଅଗ୍ରଣୀ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରକଳ୍ପ ତରଫରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ପାଇଁ ଉପଯୋଗୀ ବିଭିନ୍ନ ପ୍ରକାରର ଉନ୍ନତ ବଳଦ ଟଣା କୃଷି ଯନ୍ତ୍ରପାତି ଗୁଡିକର କ୍ଷେତ୍ର ପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସ୍ୱାଇଁ  ପ୍ରସ୍ତାବ ରଖିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories