www.samajalive.in
Friday, December 5, 2025
27.1 C
Bhubaneswar

ବିସ୍କୁଟ୍ ଦୋକାନରେ କଫ୍ ସିରପ୍ ବେପାର: ମାଆ , ପୁଅ ଗିରଫ

ଅନୁଗୁଳ: ବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର।  ଅନୁଗୁଳ ଗଦାଶିଳ ଗାଁରେ ଥିବା ଏକ ବିସ୍କୁଟ ଦୋକାନରେ ମାଆ-ପୁଅ ବେଆଇନ କଫ୍ ସିରପ୍ ବେପାର ଆରମ୍ଭ କରିଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଏନ୍‌ଟିପିସି ପୁଲିସ୍‌ ଦୋକାନରେ ଚଢାଉ କରି ୬୯୭ ବୋତଲ କଫ୍ ସିରପ୍ ଜବତ କରିବା ସହ ମାଆ ଏବଂ ପୁଅକୁ ଗିରଫ କରିଛି।

ସୂଚନା ମୂତାବକ ଏହି ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ଭାବେ କଫ୍ ସିରପ୍ ବିକ୍ରି ହେଇଆସୁଥିଲା। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଗଦାଶିଳା ଗାଁର ଏକ ରାସନ ଦୋକାନରେ ଚଢାଉ କରିଥିଲା । ଚଢାଉ ସମୟରେ ୬୯୭ଟି କଫ୍ ସିରପ୍ ବୋତଲ ଜବତ କରିଥିବା ବେଳେ ସିପୁନ୍ ବାରିକ ଏବଂ ମୀନା ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

- Advertisement -

କଫ୍ ସିରପ୍ ରଖି ବେପାର କରିବା ପାଇଁ ଏହି ଦୁଇଜଣ ମାଆ ଓ ପୁଅ କୌଣସି ଲାଇସେନ୍ସ କିମ୍ବା ଡକ୍ୟୁମେଣ୍ଟ ଦେଖାଇ ପାରିନଥିଲେ । ଏବଂ ବେଆଇନ ଭାବରେ କଟକ ଖୁଣ୍ଟୁଣୀ ଅଞ୍ଚଳର କାଳିଆ ବିହାରୀ ନାମକ ବ୍ୟକ୍ତିଙ୍କଠାରୁ କଫ୍ ସିରପ୍ ଆଣି ବିକ୍ରି କରୁଥିବା ଉଭୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

 

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories