ଅଙ୍ଗନବାଡିକୁ ଆସି ୩ ଶିଶୁ ମୃତ
ସମାଜ ଡିଜିଟାଲ ଡେସ୍କ: ଆନନ୍ଦପୁର ହାଟଡିହି ବ୍ଲକ ଆତ୍ରୁକଣା ନିକଟ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ । ଅଙ୍ଗନବାଡିକୁ ଆସି ପୋଖରୀରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଙ୍ଗନବାଡି ନିକଟ ପୋଖରୀରେ ବୁଡି ଯାଇଥିଲେ ୩ଜଣ ଶିଶୁ । ସେମାନଙ୍କୁ ଉଦ୍ଧାର କରି ଆଗରପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
Comments are closed.