www.samajalive.in
Monday, December 8, 2025
13.1 C
Bhubaneswar

ଅଙ୍ଗନୱାଡି ଦିଦିଙ୍କ ଦୁର୍ନୀତି ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ …….

ରେଙ୍ଗାଲିକ୍ୟାମ୍ପ : ଲୁରୁପାଲି ଗ୍ରାମରେ ଆଜିକୁ ଗୋଟିଏ ମାସ ଧରି ଅଙ୍ଗନୱାଡି କର୍ମୀ ଓ ଅଭିଭାବକଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଉକ୍ତ ଗ୍ରାମର ୧ନଂ  ଅଙ୍ଗନୱାଡି କେନ୍ଦ୍ରରେ  କାର୍ଯ୍ୟରତ କର୍ମୀଙ୍କ  ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ  ଅଭିଭାବକମାନେ ଗତ ୧୪ ଅକ୍ଟୋବରରେ ଅତାବିରା ବ୍ଲକରେ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗକୁ ଭିତ୍ତିକରି ୧୯ ଅକ୍ଟୋବରରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଗାଆଁରେ ଏକ ସଭାର ଆୟୋଜନ ହୋଇଥିଲା। ସେହି ସଭାରେ ଉପସ୍ଥିତ  ସୁପରଭାଇଜର ଏହି ସମସ୍ୟାର ସମାଧାନ କରିପାରି ନଥିଲେ। ଫଳରେ ଗ୍ରାମବାସୀ ଉତ୍ତେଜିତ ହୋଇ ୨୦ ଅକ୍ଟୋବରରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ  ହୋଇଥିଲେ। ହେଲେ ସେଠାରେ  ମହିଳା ମାନଙ୍କୁ ଭିତରକୁ ପ୍ରବେଶ  କରିବାକୁ ଅନୁମତି ଦିଆଯାଇନଥିବା ବେଳେ କିଛି କର୍ମଚାରୀ  ଜିଲ୍ଲାପାଳ  ଅନୁପସ୍ଥିତ  ଅଛନ୍ତି ବୋଲି କହିଥିଲେ। ମହିଳାମାନଙ୍କ ଠାରୁ  ଲିଖିତ ଅଭିଯୋଗ କୁ ନେଇ ଅଭିଯୋଗ ବାକ୍ସରେ ପକାଇଥିଲେ । ସେଠାରେ ନିୟୋଜିତ ଥିବା ଜିଲ୍ଲା ଶ୍ରମିକ ଅଧିକାରୀ  ୮ଦିନ ସମୟ ମାଗିଥିଲେ। ଯାହାକି ଆଜିଯାଏଁ  କୌଣସି ପ୍ରଶାସନ ଅଧିକାରୀ କିଛି ପଦକ୍ଷେପ ନେଇ  ନାହାନ୍ତି। ପରିଣାମ ସ୍ବରୂପ  ଶିଶୁ ମାନଙ୍କ ପାଇଁ କେନ୍ଦ୍ରରୁ ଖାଦ୍ୟ କିମ୍ବା କୌଣସି ଜିନିଷ ଗ୍ରହଣ  ନକରିବା ପାଇଁ  ଅଭିଭାବକ ମାନେ ଜିଦ୍ ଧରି ବସିଛନ୍ତି। ଯେତେଦିନ ପର୍ଯ୍ୟନ୍ତ  ଏହି ଅଙ୍ଗନୱାଡି କର୍ମୀଙ୍କୁ ନିଲମ୍ବିତ କିମ୍ବା ବଦଳି କରାଯାଇ ଅନ୍ୟ ଜଣକୁ ନିୟୋଜିତ କରାନଯାଏ ସେତେଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ  କିମ୍ବା ଜିନିଷ ଏହି କେନ୍ଦ୍ରରୁ ଗ୍ରହଣ କରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।ଏହି ଘଟଣା ପରେ ବି ସେହି କର୍ମୀ ଜଣକ ଶିଶୁଙ୍କ ମା’ମାନ ଙ୍କୁ  କମେଣ୍ଟ ମାରୁଥିବା ନେଇ ଗତ ୫ନଭେମ୍ବରରେ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ସେଠାରେ କର୍ମୀ ଜଣକ ନିଜର ଭୁଲ ପାଇଁ କ୍ଷମା ମାଗିଥିଲେ ଓ ଆଉ କେବେ ଏମିତି କାଳି ଝଗଡ଼ା କରିବେନି ବୋଲି ଲିଖିତ ଭାବେ ଦେଇଥିଲେ। କିନ୍ତୁ ଅଭିଭାବକ ମାନେ  କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କୃତ ନ କଲେ ସେମାନେ ଆଗକୁ ସିଡିପି ଓ ଅଫିସ୍ ରେ ତାଲା ପକେଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏମିତି  ପରିସ୍ଥିତି ଅଣାୟତ୍ତ ହେବାକୁ  ଯାଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ପଛରେ କି ରହସ୍ୟ ଅଛି ତାହା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ କ’ଣ ପ୍ରଶାସନର ଏଥିପ୍ରତି କୌଣସି କର୍ତ୍ତବ୍ୟ ନାହିଁ ଏହାକୁ ନେଇ ପ୍ରଶ୍ନ କରିଥିଲେ । ଦେଖାଯାଉ କେବେ ଏହାର ସମାଧାନ କରାଯାଇ କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ଚିନ୍ତା କରୁଛନ୍ତି ପ୍ରଶାସନିକ ଅଧିକାରୀ ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories