www.samajalive.in
Saturday, December 6, 2025
19.1 C
Bhubaneswar

କେନାଲକୁ ଖସିଲା ବସ୍‌‌ ; ୭ ମୃତ

ଅମରାବତୀ : ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲାରେ ମଙ୍ଗଳବାର ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିବା ଏକ ବସ୍‌‌ କେନାଲ ମଧ୍ୟକୁ ଖସି ଯାଇ ୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଘଟଣା ବିଷୟରେ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ବସ୍‌‌ରେ ପ୍ରାୟ ୪୫ ଜଣ ବରଯାତ୍ରୀ ଥିଲେ ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା, ଜଣେ ପୁରୁଷ ଓ ୬ ବର୍ଷର ଏକ ଶିଶୁ ରହିଛି ବୋଲି ପୁଲିସ ଠାରୁ ସୂଚନା ମିଳିଛି। ପୁଲିସ କହିବାନୁଯାୟୀ, ଯାତ୍ରୀବାହୀ ଏହି ବସ୍‌‌ର ଚାଳକ ବିପରୀତ ଦିଗରେ ଆସୁଥିବା ବସ୍‌‌ ସହ ଧକ୍କା ହେବାରୁ ବର୍ତ୍ତିବାକୁ ଯାଇ ଗାଡି ଉପରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡିଥିଲା। କେନାଲକୁ ଖସିବା ପୂର୍ବରୁ ବସ୍‌‌ଟି ଏକ ଖୁମ୍ବ ସହ ପ୍ରଥମେ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟିବା ମାତ୍ରେ ବସ୍‌‌ର ବ୍ରେକ୍‌‌ ଫେଲ୍‌‌ ହେବା ସହ ଷ୍ଟିଅରିଙ୍ଗ କାମ କଲା ନାହିଁ ବୋଲି ଜୀବନ ବଞ୍ଚି ଯାଇଥିବା ବସ୍‌‌ ଚାଳକ କହିଛନ୍ତି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories