www.samajalive.in
Saturday, December 6, 2025
19.1 C
Bhubaneswar

ଅନନ୍ତ ଅମ୍ବାନୀଙ୍କ ହାତଘଣ୍ଟା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାର୍କ ଜୁକରବର୍ଗଙ୍କ ପତ୍ନୀ

ନୂଆଦିଲ୍ଲୀ : ଗୁଜରାତର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍- ବିବାହ ଉତ୍ସବ ଲଗାତର ଚର୍ଚ୍ଚାରେ ରହିଛି । ଦେଶ ବିଦେଶରୁ ଆସୁଥିବା ଅତିଥିଙ୍କ ଉପରେ ଗଣମାଧ୍ୟମର ନଜର ରହିଛି । ୩ ଦିନର ଏହି ପ୍ରାକ୍-ବିବାହ ଉତ୍ସବ ରବିବାର ଶେଷ ହେଲା । ଶେଷ ଦିନ ଏହି କାର୍ଯ୍ୟକ୍ରମରେ ବିଲ୍ ଗେଟ୍ସ, ଇଭାଙ୍କା ଟ୍ରମ୍ପ୍, ଲକ୍ଷ୍ମୀ ମିତ୍ତଲ, ଗୁଗଲର ସିଇଓ ସୁନ୍ଦର ପିଚାଇ ଭଳି ନାମୀ ଦାମୀ ଲୋକ ପହଞ୍ଚିଥିଲେ ।

ଏହା ମଧ୍ୟରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ ନିଜ ପତ୍ନୀଙ୍କ ସହିତ ନଜର ଆସୁଛନ୍ତି । ମାର୍କ ଏବଂ ତାଙ୍କ ପତ୍ନୀ ପ୍ରିନ୍ସଲା, ଅନନ୍ତଙ୍କ ସହିତ ଆଲୋଚନା କରୁଥିବା ନଜର ଆସୁଛି । ଏହି ସମୟରେ ଅଚାନକ ଜୁକରବର୍ଗଙ୍କ ପତ୍ନୀଙ୍କ ନଜର ଅନନ୍ତ ଅମ୍ବାନୀଙ୍କ ହାତଘଣ୍ଟା ଉପରେ ପଡୁଛି । ଏବଂ ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

- Advertisement -

ସେ ଏହି ଘଡି ସମ୍ପର୍କରେ ଅନନ୍ତ ଅମ୍ବାନୀଙ୍କୁ ବହୁତ ପଚରାଉଚରା କରୁଛନ୍ତି । କହିରଖୁଛୁ ଅନନ୍ତ ଅମ୍ବାନୀ ପିନ୍ଧିଥିବା ସେହି ଘଡିର ଦାମ୍ ୧୪ କୋଟିରୁ ଅଧିକ । ଏଥିରେ ହୀରା ଏବଂ ବିଭିନ୍ନ ପ୍ରକାର ଦାମୀ ରତ୍ନ ଖଞ୍ଜାଯାଇଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories