www.samajalive.in
Sunday, December 14, 2025
26.1 C
Bhubaneswar

ଆତ୍ମସମର୍ପଣ କରିବେ ଅମୃତପାଲ୍ ସିଂ‌- ରଖିଛନ୍ତି ଏହି ସର୍ତ୍ତ

ଅମୃତସର- ଏବେ ଖଲିସ୍ତାନ ସମର୍ଥକ ଅମୃତପାଲ୍‌ ସିଂ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି । ତେବେ ଆତ୍ମସମର୍ପଣ ପୂର୍ବରୁ ସେ ଅନେକ ସର୍ତ୍ତ ରଖିଛନ୍ତି । ଏକ ଗୁରୁଦ୍ୱାରରେ ଆତ୍ମସମର୍ପଣ କରି ସେ ଧାର୍ମିକ ସମର୍ଥନ ନେବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି । ଏହାପରେ ପଞ୍ଜାବ ପୁଲିସ ପକ୍ଷରୁ ସ୍ୱର୍ଣ୍ଣ ମନ୍ଦିର ଏବଂ ଅନ୍ୟ କେତକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅମୃତପାଲ ସିଂ ତାଙ୍କ ଗିରଫକୁ ଆତ୍ମ ସମର୍ପଣ ବୋଲି ଦର୍ଶାଇବା ପାଇଁ କହିଛନ୍ତି , ଏହା ସହ ତାଙ୍କୁ ଗିରଫ ପରେ ପଞ୍ଜାବରେ ରଖିବା ପାଇଁ ସର୍ତ୍ତ ରଖିଛନ୍ତି । ଜେଲ୍‌ରେ ତାଙ୍କ ସହ ଦୁର୍ବ୍ୟବହାର ନ କରିବା ପାଇଁ ପାଇ କହିଛନ୍ତି ।

- Advertisement -

ଅମୃତପାଲ୍‌ ଏବେ ବେଶ ବଦଳାଇ ହରିୟାନାରୁ ପଞ୍ଜାବ ପହଞ୍ଚିଥିବା ପୁଲିସ ନିକଟରେ ସୂଚନା ରହିଛି । ପୁଲିସ ବିଭିନ୍ନ ସ୍ଥାନରେ ଅମୃତପାଲ୍‌ଙ୍କ ପୋଷ୍ଟର ମାରିବା ସହ ଅମୃତସର ଏବଂ ତଲଓ୍ୱାଣ୍ଡିରେ ଫ୍ଲାଗ୍‌ ମାର୍ଚ୍ଚ କରିଛି । ବେଆଇନ୍‌ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଏବଂ ଅନ୍ୟ ବିଭିନ୍ନ ମାମଲାରେ ଅମୃତପାଲ୍ ଏବେ ଫେରାର ଅଛନ୍ତି । ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିବା ସହ ବିଭିନ୍ନ ରାଜ୍ୟ ବୁଲିଥିଲେ । ଏହା ପରେ ଏକ ଅନ୍ତର୍ଜାତୀୟ ଚ୍ୟାନେଲ୍‌କୁ ସାକ୍ଷାତକାର ଦେବାର ଥିଲା । ମାତ୍ର ପୁଲିସ ଏ ବିଷୟରେ ସୂଚନା ପାଇବାପରେ ସେ ତାହାକୁ ରଦ୍ଦ କରି ଅନ୍ୟ ଆଡେ ପଳାୟନ କରିଥିଲେ । ଏବେ ସେ ଆତ୍ମସମର୍ପଣ କରିବା ପାଇଁ ଇଚ୍ଛା କରିଥିବା ସୂଚନା ମିଳିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories