www.samajalive.in
Monday, December 8, 2025
24.1 C
Bhubaneswar

ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ‘ଅମ୍ପନ’; ପବନର ବେଗ ୧୦୦ କିଲୋମିଟର ହେବା ଆଶଙ୍କା

ଭୁବନେଶ୍ୱର: ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଉପର ଦେଇ ସାମୁଦ୍ରିକ ଝଡ଼ ଅମ୍ପନ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଭିତରକନିକା, ଡାଙ୍ଗମାଳ ସହ  ଦୀଘା, ତାଳସାରୀରେ ପବନ ୧୦୦ରୁ ୧୨୦ କିମି ଘଣ୍ଟାପ୍ରତି ହେବା ଗଷ୍ଟିଂ ୱିଣ୍ଡ୍ ସ୍ପିଡ୍ ୧୨୫ କିମି ରହିବାର ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିବ । ଅପରାହ୍ଣ ପରେ ବର୍ଷା ଓ ପବନ କମିବ  ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

- Advertisement -

ଶ୍ରୀ ଜେନା କହିଛନ୍ତି ଯେ ବର୍ତମାନ  ସୁଦ୍ଧା ବିଭିନ୍ନ ଜିଲାରେ ୩୧ଗୋଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି ।  ଆଜି ରାତି ସୁଦ୍ଧା ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ । କଚ୍ଚା ଘର, ଆଜବେଷ୍ଟସ୍ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମଧ୍ୟରାତ୍ରୀ ପରେ ହଠାତ୍ ପବନର ବେଗ ବଢ଼ିବା ସହିତ ବର୍ଷା ବଢିପାରେ ।

ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସହ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ତେଣୁ, ବିଜୁଳି ଖୁଣ୍ଟ, ଟେଲିଫୋନ୍ ଟାୱାର ଓ ଅନ୍ୟାନ୍ୟ ଉପକରଣ ନଷ୍ଟ ହେବାର ସମ୍ଭାବନା ରହିଛି । ସେଥିପାଇଁ କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ ଓ ପୁରୀରୁ ୨୫୦ଟି ସେଟ୍ ଟେଲିସ୍କୋପିକ୍ ଲାଇଟ୍ ଆଣିବାର ବ୍ୟବସ୍ଥା କରିଛୁ ବୋଲି ଶ୍ରୀ ଜେନା କହିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories